Uncategorized

ରାଉରକେଲା ଭାଜପା ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ପାଇଁ କାର୍ଯ୍ଯାଳୟ ଉଦ୍ଘାଟନ କଲେ ପତ୍ନୀ ପୂଜା ରାୟ

ରାଉରକେଲା ୯/୫,(ଉତ୍କଳ ସମାଚାର): ରାଉରକେଲାର ଭାରତୀୟ ଜନତା ପାର୍ଟିର ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ପାଇଁ ପତ୍ନୀ ପୂଜା ରାୟ ଡେଲି ମାର୍କେଟ ଠାରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳୟକୁ ଉଦ୍ଘାଟନ କରିଥିଲେ। ପୂଜା ରାୟ ଡେଲି ମାର୍କେଟର ଭାଜପା କାର୍ଯ୍ଯାଳୟକୁ ଫିତା କାଟି ଉଦ୍ଘାଟନ କରିବା ସହିତ ସମର୍ଥକଙ୍କ ମଧ୍ୟରେ ମିଠା ମଧ୍ୟ ବଣ୍ଟନ କରାଯାଇଥିଲା। ଦିଲୀପ ରାୟଙ୍କୁ ଭାଜପା ପ୍ରାର୍ଥୀ ଭାବରେ ଅଧିକ ସଂଖ୍ୟାରେ ଭୋଟ୍ ଦେଇ ଜିତାଇବା ପାଇଁ ଏକ ଆବେଦନ କରାଯାଇଥିଲା ବେଳେ ସେଠାରେ ସାଂସଦ ଜୁଏଲ୍ ଓରାମଙ୍କୁ ମଧ୍ଯ ସାଂସଦ ପ୍ରାର୍ଥୀ ଭାବରେ ଭୋଟ୍ ଦେଇ ଜିତାଇବାକୁ ଆବେଦନ କରାଯାଇଥିଲା। ବରିଷ୍ଠ ଭାଜପା ନେତା କାଳନ୍ଦି ବଡଜେନା, ଭୀମପତି ଦିଲୀପ କୁଅଁର, କେଦାର ମହାନ୍ତି, ସ୍ମିତା ନାୟକ, ରଞ୍ଜିତ ନାୟକ, ଅମିତାଭ ସାମଲ, କାଳୀଚରଣ ସାହୁ, ସଂଗ୍ରାମ ମହାନ୍ତି, ରାମ ବାବୁ, ସୀତାରାମ ସୁରେଶ, ଅଭୟଙ୍କ ସମେତ ଶତାଧିକ ସମର୍ଥକ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *