Uncategorized

ମହାପ୍ରଭୃ ଜଗନ୍ନାଥଙ୍କ ରଥ ନିର୍ମାଣକୁ ନେଇ ଅକ୍ଷିମୁଠି ଅନୁକୂଳ

ରାଉରକେଲା, ୧୦/୫(ଉତ୍କଳ ସମାଚାର): ଆଜି ଅକ୍ଷୟ ତୃତୀୟାକୁ ନେଇ ମହାପ୍ରଭୃ ଜଗନ୍ନାଥଙ୍କ ରଥ ନିର୍ମାଣକୁ ନେଇ ଅକ୍ଷିମୁଠି ଅନୁକୂଳ କରାଯାଇଥିଲା । ସେକ୍ଟର-୩ ଅହିରାବନ୍ଧ ଜଗନ୍ନାଥ ମନ୍ଦିରରେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସକାଳ ବିଧିବିଧାନରେ ପୂଜାର୍ଚ୍ଚନା କରାଯାଇଥିଲା । ରଥ ନିର୍ମାଣକୁ ନେଇ ଅକ୍ଷିମୁଠି ଅନୁକୂଳ କରାଯାଇଥିଲା । ସେହିପରି ହନୁମାନ ବାଟିକା, କୋଏଲ ନଗର, ପାନପୋଷ, ଛେଣ୍ଡ କଲୋନୀ ଜଗନ୍ନାଥ ମନ୍ଦିରରେ ଭକ୍ତମାନଙ୍କ ଗହଳି ଦେଖିବାକୁ ମିଳିଥିଲା । ଆଜି ଠାରୁ ପୁରୀରେ ଅକ୍ଷିମୁଠି ଅନୁକୂଳ ହେବା ସହ ରାଉରକେଲାରେ ମଧ୍ୟ ଅକ୍ଷିମୁଠି ଅନୁକୂଳ ହୋଇଥିଲା । ଆଜି ସେକ୍ଟର-୩  ଅହିରାବନ୍ଧ ଜଗନ୍ନାଥ ମନ୍ଦିର ପରିସରରେ ନନ୍ଦିଘୋଷ, ବଳଭଦ୍ର, ସୁଭଦ୍ରାଙ୍କୁ ଲାଲ ଧ୍ୱଜରେ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଧାନ ନନା ପରମେଶ୍ୱର ପତି, ମାନସ ପଣ୍ଡା, ଅହିରାବନ୍ଧ ଜଗନ୍ନାଥ ମନ୍ଦିରର ଟ୍ରଷ୍ଟି ଗିରିଜା ଶଙ୍କର ତ୍ରିବେଦୀ, ବିଜୟ ପତି, ସୁଶାନ୍ତ ତ୍ରିପାଠୀ, ଲକ୍ଷ୍ମୀଧର ପାଣିଗ୍ରାହୀ, ଅନ୍ୟ ସେବାୟତମାନେ ଉପସ୍ଥିତ ଥିଲେ । ସଂନ୍ଧ୍ୟାରେ ବିଶେଷ ଆରତୀ, ପୁଷ୍ପକରଣୀରେ ଚନ୍ଦନ ଯାତ୍ରା, ନୌକା ବିହାରରେ କାର୍ଯ୍ୟକ୍ରମ କରାଯିବ । ଅକ୍ଷୟ ତୃତୀୟକୁ ନେଇ ହନୁମାନ ବାଟିକାରେ ମଧ୍ୟ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *