ଅପରାଧମୁଖ୍ୟ ଖବରରାଜ୍ୟ

ସୁପରି ନେଇ ଜଣେ ବ୍ୟବସାୟୀଙ୍କୁ ଗୁଳି ମାରି ହତ୍ୟା ଉଦ୍ୟମ ଜଣେ ଯୁବକ ଗିରଫ

ରାଉରକେଲା,୨୧/୧୨ (ଉତ୍କଳ ସମାଚାର): ସୁପରି ନେଇ ଜଣେ ବ୍ୟବସାୟୀଙ୍କୁ ଗୁଳି ମାରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ସୁନ୍ଦରଗଡ଼ର ଅମନ ଶର୍ମା ନାମକ ଜଣେ ଯୁବକଙ୍କୁ ଗିରଫ କଲା ପୋଲିସ। ଟ୍ରାନ୍ସପୋଟିଙ୍ଗ ଟଙ୍କା ନେଣଦେଣକୁ ନେଇ ସୁନ୍ଦରଗଡ଼ ଏବଂ ଝାରସୁଗୁଡାର ଦୁଇଜଣ ବ୍ୟବସାୟୀ ୧୦ ଲକ୍ଷ ଟଙ୍କାର ଏହି ସୁପାରୀ ଦେଇଥିଲେ। ମିଳିଥିବା ସୂଚନା ଅନୁଯାୟୀ ସୁନ୍ଦରଗଡ ଉଜ୍ଜ୍ବଳପୁରର ବ୍ୟବସାୟୀ ସନ୍ତୋଷ ସିଂ ଏବଂ ଝାରସୁଗୁଡାର ଜଣେ ବ୍ୟବସାୟୀ ଛତିଶଗଡ ରାୟପୁରର ସନ୍ଦୀପ କୁମାରଙ୍କ ସହ ଟ୍ରାନ୍ସପୋର୍ଟିଂ ବ୍ୟବସାୟରେ ଥିଲେ। କୌଣସି କାରଣରୁ ଉଭୟ ପକ୍ଷଙ୍କ ମଧ୍ୟରେ ଟଙ୍କା ନେବା ଦେବାକୁ ନେଇ ବିବାଦ ଦେଖା ଦେଇଥିଲା। ପରେ ଏହି ବ୍ୟବସାୟୀ ଦ୍ୱୟ ଅମନ ଶର୍ମାଙ୍କୁ ସନ୍ଦିପଙ୍କୁ ହତ୍ୟା କରିବାକୁ ୧୦ ଲକ୍ଷ ଟଙ୍କା ସୁପାରୀ ଦେଇଥିଲେ। ଅମନ ରାୟପୁରର ଲମ୍ବାଡି ଥାନା ଅଞ୍ଚଳରେ ସନ୍ଦୀପଙ୍କୁ ୨ ରାଉଣ୍ଡ ଗୁଳି ମାରିଥିଲା। ସନ୍ଦୀପ ଗୁଳି ମାଡରେ ଗୁରୁତର ଭାବେ ଆହତ ହୋଇଥିଲେ। ତେଲିବନ୍ଧା ପୋଲିସ ଅମନ୍ ଙ୍କୁ ଘଟଣା ସ୍ଥଳରୁ ଗିରଫ କରିବା ପରେ ଜେରା କରିଥିଲେ। ଅମନ୍ ଙ୍କ ବୟାନ ଏବଂ ସ୍ବୀକାରୋକ୍ତି ପରେ ଛତିଶଗଡ଼ ପୋଲିସ ସୁନ୍ଦରଗଡ଼ ଏବଂ ଝାରସୁଗୁଡାର ଦୁଇ ବ୍ୟବସାୟୀଙ୍କୁ ଗିରଫ କରି ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *