ଖେଳମୁଖ୍ୟ ଖବରରାଜ୍ୟ

କୋଏଲ ବ୍ୟାଡମିଣ୍ଟନ ଚମ୍ପିୟାନସିପ ଉଦଘାଟିତ

ରାଉରକେଲା,୨୧/୧୨ (ଉତ୍କଳ ସମାଚାର): କୋଏଲ ନଗର ଏ ବ୍ଲକ ସ୍ଥିତ ଭଗବତୀ ସାମାଜିକ କେନ୍ଦ୍ର ପରିସରରେ ଓଡ଼ିଶା ଷ୍ଟେଟ ବ୍ୟାଡମିଣ୍ଟନ ସ୍ବୀକୃତ ୫ମ କୋଏଲ ବ୍ୟାଡମିଣ୍ଟନ ଚମ୍ପିୟାନସିପ ଉଦଘାଟିତ ହୋଇଯାଇଛି। ଅନୁଷ୍ଠାନର ସାଧାରଣ ସମ୍ପାଦକ ସୁମନ୍ତ ଜେନାଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ସିଆରପିଏଫ ଡିଆଇଜି ଦୟାନିଧି ତନ୍ତୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଖେଳ ସମସ୍ତଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରେ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଉପଦେଷ୍ଟା ଚନ୍ଦ୍ରଚୁଡ ପାଣିଗ୍ରାହୀ, ରାଜେନ୍ଦ୍ର ନାରାୟଣ ମିଶ୍ର, ଶଙ୍କର ଜେନା ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ କନିଷ୍ଠ ବର୍ଗରେ ୪୦ଟି ଦଳ ଓ ବରିଷ୍ଠ ବର୍ଗରେ ୩୪ଟି ଦଳ ଅଂଶଗ୍ରହଣ କରିଛନ୍ତି। ପ୍ରଥମ ମ୍ୟାଚ ନିଶିଦ ଫ୍ରାଞ୍ଚାଇଜ ଆଣ୍ଡ ପାର୍ଟନର ଏବଂ ପ୍ରକ୍ଷାତ ପ୍ରଧାନ ମଧ୍ୟରେ ଡବଲସ ମ୍ୟାଚ ହୋଇଥିଲା। ଏହି ମ୍ୟାଚରେ ନିଶିଦ ଫ୍ରାଞ୍ଚାଇଜ ଆଣ୍ଡ ପାର୍ଟନର ବିଜୟୀ ହୋଇଛନ୍ତି। ଏହି କାର୍ଯ୍ୟକ୍ରମକୁ ପ୍ରଫେସର ରଶ୍ମିରଞ୍ଜନ ରାଉତ ସଂଯୋଜନା କରିଥିବା ବେଳେ ସର୍ବଶ୍ରୀ ଅଭିରାମ ମହାନ୍ତି, ମଧୁସ୍ମିତା ମହାନ୍ତି, ମୁରଲୀଧର ମଥାନ, ତୁଷାରକାନ୍ତି ବେହେରା, ସୀତାକାନ୍ତ,ଅମନ ସିଂ, ରୋହିତ ସିଂ,ସୁରଥ ବାରିକ, ଆଦିତ୍ୟ ବାରିକ,ସୀତାଶୁ ସ୍ବାଇଁ, ବିବେକାନନ୍ଦ ସାହୁ, ଅଶୋକ ରଥ, ରମାକାନ୍ତ ସ୍ବାଇଁ ପ୍ରମୁଖ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *