ମହାନଗରମୁଖ୍ୟ ଖବରରାଜ୍ୟ

ଉପରାଷ୍ଟ୍ରପତିଙ୍କ ପ୍ରତି ଅପମାନ କରିଥିବା ରାହୁଲ ଗାନ୍ଧୀଙ୍କ କୁସପିତୁଲିକା ଦାହ କଲା ବିଜେପି

ରାଉଲକେଲା,୨୧/୧୨ (ଉତ୍କଳ ସମାଚାର): ଆଜି ବିଜେପି ପାନପୋଷ ସାଂଗଠନିକ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ନେତୃତ୍ବରେ ଉପରାଷ୍ଟ୍ରପତିଙ୍କ ପ୍ରତି ଅପମାନ କରିଥିବା ରାହୁଲ ଗାନ୍ଧୀଙ୍କ କୁସପିତୁଲିକା ପାନପୋଷ ସ୍ଥିତ ହକି ଛକ ଠାରେ ଦାହ କରାଯାଇ ଥିଲା । ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀଶ ଧନଖରେ ରାଜ୍ୟ ସଭାରେ ଅଧ୍ୟକ୍ଷତା କରୁଥିବା ସମୟରେ ତାଙ୍କ ପ୍ରତି ବ୍ୟଙ୍ଗ ବିଦ୍ରୁପ କରିବା, ଖତେଇ ହେବା ଓ  ଏହାର ଭିଡିଓ ସୋସିଆଲ ମିଡିଆ ରେ ପ୍ରଚାର କରିବାକୁ ପ୍ରୟାସ କରି ଥିବା ରାହୁଳ ଗାନ୍ଧୀଙ୍କୁ କଡା ସମାଲୋଚନା କରାଯାଇ ରାହୁଲଙ୍କ କୁଷପିତୁଲିକା ଦାହ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ମୁଖପାତ୍ର ଧିରେନ ସେନାପତି, ରାଜ୍ୟ ମହିଳା ମୋର୍ଚ୍ଚା ଉପ ସଭା ନେତ୍ରୀ କଳ୍ପନା ଲେଙ୍କା,  ସୁବ୍ରତ ପଟ୍ଟନାୟାକ ଶଶାଙ୍କ ଜେନା,   ହିରୋଜ ରାୟ, ଅବୋଧ ରାୟ, କୈଳାଶ ରାଉତ,ଶିବ ନନ୍ଦ ବେହେରା ଶ୍ରୀକାନ୍ତ ରାଇ, ଆଶିଷ ଶର୍ମା,ଗୌରହରି ନାୟକ, ଆତିଶ କୁମାର,ପ୍ରଶାନ୍ତ ବାରିକ, ରାଧେ ନାଗ, କିଶୋର ବାନଚୋଲ,ରାଜକିଶୋର ଭଞ୍ଜ, କମଲେସ ସାହାଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେ

Leave a Reply

Your email address will not be published. Required fields are marked *