ମହାନଗରମୁଖ୍ୟ ଖବରରାଜ୍ୟ

ବିଜେଡି ବିଧାୟକ ଭୂପିନ୍ଦର ସିଂହ ଆହତ: ବ୍ୟାଟିଂ କରୁଥିବା ସମୟରେ ମୁଣ୍ଡରେ ଲାଗିଲା ଆଘାତ

ଭୁବନେଶ୍ୱର, ୨୬/୧୨ (ଉତ୍କଳ ସମାଚାର): ଆଉ କିଛି ମାସ ପରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ନିର୍ବାଚନ କମିଶନଙ୍କ ତରଫରୁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନେ ମଧ୍ୟ ଅଣ୍ଟା ଭିଡ଼ିଲେଣି । ନବୀନ ପଟ୍ଟନାୟକଙ୍କୁ କ୍ରମାଗତ ୬ଷ୍ଠ ଥଣ ପାଇଁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବା ପାଇଁ ବିଜେଡି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିସାରିଥିବା ବେଳେ ବିଜେପି ଓ କଂଗ୍ରେସ ମଧ୍ୟ ଏଥର ସରକାର ଗଠନ ପାଇଁ ଲକ୍ଷ୍ୟ ରଖିଛନ୍ତି । ତେବେ ଏହା ମଧ୍ୟରେ ରାଜ୍ୟ ରାଜନୀତିରୁ ଆସିଛି ଏକ ବଡ଼ ଖବର । ରାଜ୍ୟ ବିଧାନସଭାର ଜଣେ ସଦସ୍ୟଙ୍କୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ବରିଷ୍ଠ ବିଜେଡି ନେତା ତଥା ନର୍ଲା ବିଧାୟକ ଭୂପିନ୍ଦର ସିଂହ ଆହତ ହୋଇଛନ୍ତି । ଏକ କ୍ରିକେଟ ମ୍ୟାଚର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ସମୟରେ ଭୂପିନ୍ଦର ତଳେ ପଡ଼ିଯାଇଥିଲେ । ଫଳରେ ସେ ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ମୁତାବକ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ତାଳଭଅଁରା ଗ୍ରାମରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିବାକୁ ଭୂପିନ୍ଦର ଯାଇଥିଲେ । ସେଠାରେ ଶ୍ରୀ ସିଂହ ପଡ଼ିଆରେ ବ୍ୟାଟିଂ କରୁଥିବା ସମୟରେ ଅଚାନକ ତଳେ ପଡ଼ିଯାଇଥିଲେ । ଏହି ଘଟଣାର ଏକ ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ତେବେ ଭୂପିନ୍ଦରଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଚିକିତ୍ସା ନିମନ୍ତେ ତାଙ୍କୁ ସଙ୍ଗେସଙ୍ଗେ ବେଲଖଣ୍ଡି ଡାକ୍ତରଖାନାକୁ ନିଆଯାଇଥିଲା । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *