ମନୋରଞ୍ଜନମହାନଗରମୁଖ୍ୟ ଖବରରାଜ୍ୟ

ରାଜଗାଙ୍ଗପୁର ‘ପ୍ରଭୁ ଯୀଶୁଙ୍କ ଜନ୍ମଦିନ ପାଳନ

ରାଜଗାଙ୍ଗପୁର//25/12/2023//(ଉତ୍କଳ ସମାଚାର):/(ସୁବାଷ ବେହେରା)// ରାଜଗାଙ୍ଗପୁର ଏବଂ ଆଖ ପାଖ ଅଞ୍ଚଳ ରେ ବିଭିନ୍ନ ଚର୍ଚ୍ଚ ରେ ପ୍ରଭୁ ଯୀଶୁଙ୍କ ଜନ୍ମ ଦିନ ପାଳନ କରାଯାଇଛି l ଗତ କାଲି ରବିବାର ଦିନ ରାତ୍ର ରୁ ଠାରୁ ବିଭିନ୍ନ ଚର୍ଚ୍ଚ ମାନଙ୍କ ରେ ଆଲୋକ ର ସାଜ୍ଜ ଶଯ୍ୟା କରାଯାଇ ଥିଲା ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଯାଇ ଥିଲା ରାଜଗାଙ୍ଗପୁର ସ୍ଥିତ ସେଣ୍ଟି ମେରୀ ଚର୍ଚ୍ଚ ଠାରେ ପ୍ରବଳ ଭକ୍ତଙ୍କ ଭିଡ଼ ଭିତରେ ସର୍ବଧର୍ମ ର ବ୍ୟକ୍ତି ଉପସ୍ଥିତ ରହି ପ୍ରାର୍ଥନା ସଭାର ଆୟୋଜନ କରାଯାଇ ବିଭିନ୍ନ ସ୍ଥାନ ରୁ ଆସିଥିବା ଫାଦର ମାନେ ଉପସ୍ଥିତି ରହି ଧର୍ମ ସଭାରେ ପ୍ରଭୁ ଯୀଶୁ ଙ୍କ ଆଲୋକୀୟ ଶକ୍ତି ଉପରେ ମତ ବ୍ୟକ୍ତ କରିଥିଲେ l ଏହି ଧର୍ମ ସଭାରେ ସହର ର ମାନ୍ୟଗଣ୍ୟ ବ୍ୟକ୍ତି ଙ୍କ ମଧ୍ୟରେ ପୌର ପାଳିକାର ଅଧକ୍ଷା ମାଧୁରୀ ଲୁଗୁନ ପୂର୍ବତନ ପୌର ଉପାଧ୍ୟାକ୍ଷ ଅଶୋକ ଦାସ ପୂର୍ବତନ  ବିଜେଡି ଟାଉନ ସଭାପତି ଅମରେଶ ପଣ୍ଡାବିଜେଡି ଟାଉନ ସଭାପତି ରାଜେନ୍ଦ୍ର କୁମାର ଲେଙ୍କା  ପୌର ଉପାଧ୍ୟାକ୍ଷ ଏମଡି ଇଫାନ ଷ୍ଟେଟ ଅଳ୍ପ ସଂଖ୍ୟକ ର ସାଧାରଣ ସମ୍ପାଦକ ଶୋହେବ ଆଲାମ ଡାଲମି ଆସିମେଣ୍ଟ ଭାରତ ର କାର୍ଯ୍ୟ ନିର୍ବାହୀ ନିର୍ଧେଶକ ଚେତନ ଶ୍ରୀବସ୍ତବ ଅନ୍ୟାନ୍ୟ ଅଧିକାରୀ ଜାଫର ମୋବିନ ଅହମ୍ମଦ,ଇଫତିକାର ଅହମ୍ମଦ, କୁଲଦୀପ ସିଂ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ l
ପ୍ରଶାସନ ପକ୍ଷରୁ ସ୍ଥାନୀୟ ଏସ ଡି ପି ଓ ଅଭିଷେକ ପାଣିଗ୍ରାହୀ ଉପସ୍ଥିତ ରହି ଶ୍ରଦ୍ଧାଳୁ ଙ୍କ ସହ ପ୍ରାର୍ଥନା କରିବା ସହ ଶୁଭ କାମନା କରିଥିଲେ l ଶାନ୍ତି ଶୃଙ୍ଘଳା ପାଇଁ ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ ଏସ ଆଇ ଖଗେଶ୍ୱର ବିଶ୍ୱାଳ, ଏ ଏସ ଆଇ ପ୍ରଶାନ୍ତ କୁମାର ସେନାପତି,ହେମନ୍ତ କୁମାର ଧିରୁଆ,ପି କେ ବେହେରା ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *