Uncategorized

ଯୁବତୀଙ୍କୁ ଛୁରା ମାଡ କରି ଫେରାର ହେଲା ଯୁବକ

ରାଜଗାଙ୍ଗପୁର//25/12/2023//(ଉତ୍କଳ ସମାଚାର)://ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ଯୁବତୀଙ୍କୁ ଛୁରା ମାଡ କରି ଫେରାର ହେଲା ଯୁବକ । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ଛତାମ ପଞ୍ଚାୟତର ଗୀର୍ଜାପଡା ଠାରେ ଯୁବତୀ ବିରାଜିନି ବୁରକୁ ଛୁରୀ ମାଡ଼ କରି ଜଣେ ଯୁବକ ଫେରାର ହୋଇଯାଇ ଥିବା ସୂଚନା ମିଳିଛି । ଗତକାଲି ରାତି ପ୍ରାୟ ୧୨ ଘଟିକାରେ ବିରାଜିନି ବାପା ଓ ମା ଙ୍କ ସହିତ ନିକଟସ୍ଥ ଚର୍ଚ୍ଚକୁ ଯାଇଥିଲେ । କିଛି ସମୟ ପରେ ଝିଅ ବିରାଜିନି ପାଣି ପିଇବା ପାଇଁ ଘରକୁ ଆସୁଥିଲେ । ଆଉ ଘର ବାହାରେ ଯୁବକ ମିଲନ ସାମଦ ଓ ବିରାଜିନି ଙ୍କ ମଧ୍ୟରେ କୌଣସି କାରଣରୁ କଥା କଟାକଟି ହୋଇଥିଲା । ସେହି ସମୟରେ ମିଲନ ସାମଦ ଏକ ଛୁରୀରେ ବିରାଜିନିଙ୍କୁ ଆକ୍ରମଣ କରି ସେଠାରୁ ବାଇକ ଯୋଗେ ଚମ୍ପଟ ମାରିଥିଲେ । ବିରାଜିନିଙ୍କ ମୁହଁ ପେଟ ଓ ପିଠିରେ ଜୋରରେ ଆଘାତ ଲାଗିଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ରାଉରକେଲା ସ୍ଥିତ ଏକ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରଯାଇଛି । ସେପଟେ ଅଭିଯୁକ୍ତ ମିଲନ ସାମଦଙ୍କ ଘର ଝାରସୁଗୁଡା ଜିଲ୍ଲା ଜମନକେରା ଅଞ୍ଚଳର ବୋଲି ଜଣା ପଡ଼ିଛି । ପୂର୍ବରୁ ବିରାଜିନି ଓ ମିଲନ ଝାରସୁଗୁଡା ସ୍ଥିତ ଏକ କଲେଜ ରେ ପଢୁଥିଲେ । ପ୍ରେମ ସମ୍ପର୍କକୁ ନେଇ ଛୁରୀ ମାଡ଼ ହୋଇଥିବା ସନ୍ଦେହ କରାଯାଉଛି । କିନ୍ତୁ ଏନେଇ ଥାନାରେ ଥାନା ରେ ଏପର୍ଯ୍ୟନ୍ତ କୌଣସି ପ୍ରକାରର ଅଭିଯୋଗ କରଯାଇନାହିଁ ।

Leave a Reply

Your email address will not be published. Required fields are marked *