ମହାନଗରମୁଖ୍ୟ ଖବରରାଜ୍ୟ

 ସାରଦା ପ୍ରସାଦ ନାୟକଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ  ଏବଂ 5T ଅଧ୍ୟକ୍ଷ  ଭେଟିଲେ  ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର ନେତା, କର୍ମୀ  

ରାଉରକେଲା,୩୦/୧୨ (ଉତ୍କଳ ସମାଚାର): ଗତ କାଲି ନବୀନ ନିବାସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ 5T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କୁ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀ ସାରଦା ପ୍ରସାଦ ନାୟକଙ୍କ ନେତୃତ୍ୱରେ ଭେଟିଲେ ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର ନେତା, କର୍ମୀ ନୂଆ ବର୍ଷର ଶୁଭେଚ୍ଛା ଜଣାଇବା ସହ ନିଜ ଅଞ୍ଚଳ ବିକାଶ ପାଇଁ ଜଣାଇଲେ ଧନ୍ୟବାଦ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ 5T ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନଙ୍କୁ l କିଛି ମାସ ପୂର୍ବରୁ ମାନ୍ୟବର 5T ଅଧ୍ୟକ୍ଷ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସି ଲୋକଙ୍କ ବିଭିନ୍ନ ଅଭିଯୋଗ ନେଇକି ଯାଇଥିଲେ ଏବଂ ତାହାର ସମାଧାନ ମଧ୍ୟ କରିଲେ l ତେଣୁ ପୁଣି ଥରେ ବୀରମିତ୍ରରାପୁର ନିର୍ବାଚନ ମଣ୍ଡଳୀର ଯୁବ ଛାତ୍ର, ମହିଳା ଏବଂ ବରିଷ୍ଠ କାର୍ଯ୍ୟକର୍ତ୍ତା ନବୀନ ନିବାସ ଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ 5T ଅଧ୍ୟକ୍ଷ VK ପାଣ୍ଡିଆନଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇବା ସହିତ ପୁଣି ଥରେ ଜାନୁଆରୀ 4 ତାରିଖ ଦିନ ଗସ୍ତରେ ଆସିବା ପାଇ ନିବେଦନ କରିଲେ l ଏହି କାର୍ଯ୍ୟକ୍ରମରେ ମାନ୍ୟବର ଗ୍ରାମ୍ୟ ଉନୟନ୍ନ ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ପ୍ରୀତିରଞ୍ଜନ ଘୋଡ଼େଇ, ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଶ୍ରୀ ମନୋଜ ସେନାପତି ନୂଆଗାଁ ବ୍ଲକରୁ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବିଶ୍ୱାସୀ ଟପ୍ନ, SDC vice chairmain ସୁଶିଲା ଟପ୍ନ, ମହିଳା ସଭାପତି ଏମ୍ମା ଏକ୍କା, ବ୍ଲକ ସଭାପତି ଦିଗାମ୍ବର ଦାସ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ମଖଲୁ ଏକ୍କା,SDC ସଦସ୍ୟ ତଥା ରାଜ୍ୟ ଯୁଗ୍ମ ସମ୍ପାଦକ ହିମାଂଶୁ ପଣ୍ଡା, ଛାତ୍ର ସଭାପତି ମହେନ୍ଦ୍ର ବଡ଼ାଇକ, ସାଧାରଣ ସମ୍ପାଦକ ପ୍ରଭୁ ସାହୁ, ଜିଲ୍ଲା ପରିଷଦ ସଭ୍ୟା ଜ୍ୟୋତି ଟେଟେ, ବିଶ୍ରା ବ୍ଲକରୁ ଜିଲ୍ଲା ସଭାପତି ତଥା ଜିଲ୍ଲା ପରିଷଦ ହାଲୁ ମୁଣ୍ଡାରୀ, ଜିଲ୍ଲା ପରିଷଦ ସଭ୍ୟା ଦଶମୀ ମିଂଜ଼,ଜିଲ୍ଲା ଉପ ସଭାପତି ସୋମନାଥ ରାହା, ବ୍ଲକ ସଭାପତି ସୁରେଶ ଓରାମ, କୁଆଁରମୁଣ୍ଡା ବ୍ଲକରୁ ଜିଲ୍ଲା ପରିଷଦ ସଭ୍ୟ ରାଜେନ୍ଦ୍ର କୁଜୁର, ନେବିଲ କେରକେଟା, ବ୍ଲକ ସଭାପତି ରାଜେଶ ହାଁସଦା, ବ୍ଲକ ଅଧ୍ୟକ୍ଷା ଜ୍ୟୋତି କେରକେଟା, ଉପାଧ୍ୟକ୍ଷା ସୁନିତା ଅହୀର, ବିରମିତ୍ରପୁର ମୁନିସିପାଲିଟି ଅଧ୍ୟକ୍ଷ ଶ୍ରୀ ସନ୍ଦୀପ ମିଶ୍ର, ଉପାଧ୍ୟାକ୍ଷା ଶ୍ରୀମତୀ ନିବେଦିତା ବାଗେ, ଛାତ୍ର ଜିଲ୍ଲା ଉପ ସଭାପତି ଆଜାଜ ଆଲମ, ଟାଉନ ସଭାପତି କୁନା ମଲିକ, ପୂରର୍ବତ ବିଧାୟକ ନିହାର ସୂରିନ, ଯୁବ ନେତା ତଥା ଜିଲ୍ଲା ସାଧାରଣ ସମ୍ପାଦକ ସେବେ ଆଇନ୍ଦ,ଅଜୟ ସିଂ ବରିଷ୍ଠ ନେତା ପ୍ରମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *