ଖେଳମୁଖ୍ୟ ଖବରରାଜ୍ୟ

ମାଁ ଠାକୁରାଣୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୩ ଉଦ୍ ଯାପିତ

ନବରଙ୍ଗପୁର,୩୦/୧୨ (ଉତ୍କଳ ସମାଚାର) (ନରସିଂ ବାଘ): ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପାତ୍ରପୁଟ ସଦରମହକୁମା ଇନ୍ଦ୍ରଗାନ୍ଧୀ ପ୍ରିୟ ଦର୍ଶନୀ ଷ୍ଟାଡିୟମ ଠାରେ ମାଁ ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ମ୍ୟାଚ୍ ଚଳିତ ମାସ ତା୧୦,ରେ ଉଦଘାଟିତ ହୋଇଥିଲା। ଏହି ମ୍ୟାଚ ରେ କଳାହାଣ୍ଡି ଜିଲ୍ଲାର ଜୟପାଟଣା,ବ୍ଲକ ନବରଙ୍ଗପୁର ଜିଲ୍ଲାର ୫ ଗୋଟି ବ୍ଲକର ୨୮ ଗୋଟି ଦଳର ଦଳୀୟ ଖେଳାଳୀ ମାନେ ଅଂଶ ଗ୍ରହଣ କରିଥିଲେ। ସମସ୍ତ ଦଳ ସହିତ ଉତ୍ତମ ଭାବେ ଖେଳି ,ପାତ୍ରପୁଟ ଦଳ ତାହାର ପ୍ରତିଦ୍ୱନ୍ଦୀ ମଙ୍ଗଳପୁର ଦଳ କୁ ପରାସ୍ତ କରି ଫାଇନାଲ ମ୍ୟାଚ ଖେଳିବା ର ସୁଯୋଗ ପାଇଥିଲା। ସେହିପରି ଚନ୍ଦ୍ରପୁର ଦଳ ତାହାର ପ୍ରତିଦ୍ବନ୍ଦି ପାଇକ କତରା ଦଳକୁ ପରାସ୍ତ କରି ଫାଇନାଲ ପର୍ଯ୍ୟାୟରେ ପୋହଂଚି ଥିଲା। ,ଆଜି ଉଭୟ ଦଳ ମଧ୍ୟରେ୧୫ ଓଭର ଫାଇନାଲ ମ୍ୟାଚ ଖେଳା ଯାଇ ଥିଲା।ପାତ୍ରପୁଟ ଦଳର ଅଧିନାୟକ ଚିତ୍ର ସେନ୍ ଵିଶୋଇ ଙ୍କ ଆକର୍ଷଣିୟ ୬୫ ରନ୍ ଯୋଗୁ ବିଜୟ ସହଜ ହୋଇଥିଲା।ଏଥି ପାଇଁ ତାଙ୍କୁ ମ୍ୟାନ୍ ଅଫ୍ ଦା ମ୍ୟାଚ୍ , ମ୍ୟାନ ଅଫ୍ ଦା ସିରିଜ୍ ସଚିନ୍ ଙ୍କୁ ଦିଆ ଯାଇଥିଲା। ବିଜେତା ଙ୍କୁ ଟ୍ରଫି ସହ ନଗଦ ୨୦ହଜାର ଟଙ୍କା ଦେଇଥିବା ବେଳେ, ଉପ ବିଜେତା ଦଳକୁ ଟ୍ରଫି ସହ ୧୫ହଜାର ଟଙ୍କା ମୁଖ୍ୟ ଅତିଥି ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ଏହି ଖେଳକୁ ପୂର୍ଣ୍ଣ ଚନ୍ଦ୍ର ଦଳପତି ଓ ନିରଜ ସାହୁ ପରିଚାଳନା କରିଥଲେ।, ପୂର୍ଣ୍ଣ ଚନ୍ଦ୍ର ହରିଜନ ଆଜିର ଖେଳ ର ଧାରା ବିବରଣୀ ପ୍ରଦାନ କରିଥିଲେ। ,ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନି ,ଜିଲ୍ଲା ପରିଷଦ ସଭ୍ୟା କ୍ରିଷ୍ଣା ମଞ୍ଜୁରୀ ବିଷୋୟୀ,ସ୍ଥାନୀୟ ସରପଞ୍ଚ,ଶିବା ନନ୍ଦ ପ୍ରଧାନି ,ବ୍ଲକ ଅଧକ୍ଷା ନିଳେନ୍ଦ୍ରୀ ନାୟକ, ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ ଓ ଆମ ଆଦମୀ ପାର୍ଟିର ଜିଲ୍ଲା ସଭାପତି ଲଷ୍ମୀ ଚନ୍ଦ୍ର ଟାକ୍ରୀ ,ସମାଜ ସେବକ ଶଶେଖର ଖୁରା ସାମ୍ବାଦିକ ସୁନୀଲ କୁମାର ଖୁରା ,ଓ ସଂଜୀବ ଖୁରା ଯୋଗ ଦେଇଥିଲେ ।ଏହାକୁ ଆୟୋଜନ କରିଥଲେ ଇନ୍ଦ୍ରା କଲୋନୀ ରୋ ଯୁବ ଗୋଷ୍ଠୀ ,କମିଟି ର ସଭାପତି ,ଦିଲୀପ ଡ଼ଙ୍ଗରି, ସମ୍ପାଦକ,ସଜନ ସୁନା ,କୋଷାଧକ୍ଷ ସୁବାଷ ହିଆଲ, ସହ କମିଟି ର କର୍ମକର୍ତ୍ତା ମାନେ , ଆମ ଆଦମୀ ପାର୍ଟି ର ଜିଲ୍ଲା ସଭାପତି ଶ୍ରୀ ଟାକ୍ରୀ ଉଭୟ ଦଳକୁ ଉତ୍ସାହିତ କରି ଭାଇ ଚାରା ସହ ଜନ ମଙ୍ଗଳ କାର୍ଯ୍ୟକ୍ରମ କରିବା ପାଇଁ ପରାମର୍ଶ ଦେଇଥିଲେ।

Leave a Reply

Your email address will not be published. Required fields are marked *