ମହାନଗରମୁଖ୍ୟ ଖବରରାଜ୍ୟ

ଅନିୟନ୍ତ୍ରିତ ହୋଇ ଓଲଟିଲା କାର: ଅଳ୍ପକେ ବର୍ତିଲେ ଚାଳକ

ରାଉରକେଲା, ୩୦/୧୨ (ଉତ୍କଳ ସମାଚାର): ଛେଣ୍ଡ ଥାନା ଅନ୍ତର୍ଗତ ବିମାନ ବନ୍ଦର ଘାଟି ରୋଡ଼ ସମ୍ମୁଖରେ ଆଜି ସକାଳ ପାଖାପାଖି ମଧ୍ୟାଂହ ୨ଟାରେ ଏକ ମାରୁତି ହଣ୍ଡୋଇ କାର (ଓଆର-୧୪ଏକ୍ସ-୬୫୪୨) ର ଚାଳକ କାରର ଭାରସାମ୍ୟ ହରାଇବାରୁ ହକି ଷ୍ଟାଡ଼ିୟମ ଗେଟ ନଂ ୧ ସମ୍ମୁଖରେ ଥିବା ରୋଡ଼ ଗାଡ଼ିଟି ଡ଼ିଭାଇଡ଼ରକୁ ପିଟିଥିଲା । ଏଥିରେ ଚାଳକ ବର୍ତି ଯାଇଥିଲେ । କିନ୍ତୁ ଗାଡ଼ିର ସମ୍ମୁଖ ଭାଗ ସଂପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଥିଲା । ଏହା ସହ ଡ଼ିଭାଇଡ଼ରରେ ଲାଗିଥିବା ଇଟା ମଧ୍ୟ ଭୁଷୁଡ଼ି ପଡ଼ିଥିଲା । ଗାଡ଼ିଟି କ୍ଷେତ ଭିତରକୁ ଚାଲିଯାଇଥିଲା । ପରେ ଘଟଣାର ସୂଚନା ପୋଲିସ ପାଇ ଘଟଣାସ୍ଥଳରେ ପହଚିଂ ଗାଡ଼ିଟିକୁ ଜବତ କରିଥିଲେ । ଏହି ଦୁର୍ଘଟଣାକୁ ନେଇ କିଛି ସମୟ ପାଇଁ ବିମାନ ବନ୍ଦର ଘାଟି ସମ୍ମୁଖ ରୋଡ଼ରେ ଲୋକଙ୍କ ଗହଳି ଜମି ଥିଲା ।

Leave a Reply

Your email address will not be published. Required fields are marked *