ମହାନଗରମୁଖ୍ୟ ଖବରରାଜ୍ୟ

ରାଜସ୍ଥାନ ପରିଷଦ ଦ୍ୱାରା ବଣଭୋଜି ଆୟୋଜିତ

ରାଉରକେଲା, ୩୧/୧୨(ଉତ୍କଳ ସମାଚାର): ରାଉରକେଲାର ମାଣ୍ଡିଆ କୁଦାରଠାରେ ଅବସ୍ଥିତ ବିପ୍ରା ଫାର୍ମ ହାଉସରେ ସାମାଜିକ ସଂଗଠନ ରାଜସ୍ଥାନ ପରିଷଦର ବଣ ଭୋଜି ଆୟୋଜିତ ହୋଇଥିଲା। ଏହି ଅବସରରେ ରାଜସ୍ଥାନ ପରିଷଦର ଆଜୀବନ ସଦସ୍ୟମାନେ ସେମାନଙ୍କ ପରିବାର ସହିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସକାଳ ଜଳଖିଆ ପରେଏହି ବଣଭୋଜିରେ ଆରମ୍ଭ ହୋଇଥିଲା। ଏହି ଅବସରରେ ଶିଶୁ, ମହିଳା ଏବଂ ଯୁବକମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ଖେଳ, କୁଦ ଓ କ୍ରୀଡା ଆୟୋଜିତ ହୋଇଥିଲା। ଗ୍ରାଣ୍ଡ ଭୋଜିର ଆୟୋଜିତ ହେବା ସହିତ ରାଜସ୍ଥାନ ପରିଷଦ ଦ୍ୱାରା ପରିଚାଳିତ ରାଜସ୍ଥାନ ସେବା ସଦନର ଟେକ୍ନିସିଆନ ଦଳ ଦ୍ୱାରା ରକ୍ତଚାପ ଏବଂ ସୁଗାର ମଧ୍ୟ ଯାଞ୍ଚ କରାଯାଇଥିଲା। ଅପରାହ୍ନରେ ଏକ ସୁସ୍ବାଦୁ ଭୋଜନର ଆୟୋଜନ କରାଯାଇଥିଲା। ଏହି ବନ ଉତ୍ସବରେ ମାରଓ୍ବାଡି ସମାଜର ଲୋକମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ରାଜସ୍ଥାନ ପରିଷଦର ଅଧ୍ୟକ୍ଷ ସନ୍ତୋଷ ଅଗ୍ରଓ୍ବାଲ, ସମ୍ପାଦକ ବିନୋଦ ନରେଡି, ଉପାଧ୍ୟକ୍ଷ ଜୁଗୋଲ ମାରୋଠିଆ, ବରୁଣ ସୋମାନି, ସହସଚିବ ବିକ୍ରମ ବୋଥରା, କୋଷାଧ୍ୟକ୍ଷ ବିନୟ ଶର୍ମା ସହ-କୋଷାଧ୍ୟକ୍ଷ ମୁକେଶ କେଡିଆ, ପୂର୍ବତନ ଅଧ୍ୟକ୍ଷ ବଦ୍ରି ନାରାୟଣ ମାହେଶ୍ୱରୀ, ସାନ୍ତୋଶ ପାରେକ, ମଙ୍ଗିଲାଲ ବୋଥରା, ସରୋଜ ଟେକ୍ରିୱାଲ, କାର୍ଯ୍ୟକାରିଣୀ ସଦସ୍ୟ ଗଣ ବରିଷ୍ଠ ସଦସ୍ୟ ଗଣ ମହିଳା ସମିତି ଶ୍ରୀମତୀ ଅଞ୍ଜୁ କେଡିଆ ଶ୍ରୀମତୀ ସାରିକା ମୋଦୀ ଶ୍ରୀମତୀ ସୀମା ନରେଡି ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ସହଯୋଗ କରିଥିଲେ। ଏହି ଅବସରରେ ମାରଓ୍ବାଡି ଯୁବା ମଂଚ ଦ୍ୱାରା ପ୍ରିମିୟର୍ କ୍ରିକେଟ୍ ମ୍ୟାଚରେ ରନର୍ସ ଅପ୍ ଦଳ ଭାବରେ ଏହି ଦଳର ଖେଳାଳିଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନିତ କରାଯାଇଥିଲା |

Leave a Reply

Your email address will not be published. Required fields are marked *