ଖେଳମୁଖ୍ୟ ଖବରରାଜ୍ୟ

ଦେଶାହୁଳି ଏଫସି କୁ ହରାଇ କଳମଙ୍ଗ ଏଫସି ବିଜୟ

କୋଇଡା,୩୧/୧୨ (ଉତ୍କଳ ସମାଚାର) ( ନଗେଶ ଚନ୍ଦ୍ର ପାଢ଼ୀ ) : ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ନୂଆଗାଁ ଗ୍ରାମ ଖେଳପଡ଼ିଆରେ ଚାଲିଥିବା ଚତୁର୍ଥ ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟରେ ୧୬ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଏଥିରୁ ୧୪ଟି ଦଳକୁ ହରାଇ ଦୁଇଟି ଦଳ ଫାଇନାଲ ପହଞ୍ଚିଥିଲେ ଦେଶାହୁଳି ଏଫସି ଏବଂ କଳମଙ୍ଗ ଏଫସି । ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଜନାର୍ଦ୍ଦନ ଦେହୁରୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡେଙ୍ଗୁଳା ଫୋରେଷ୍ଟର କୃଷ୍ଣଚନ୍ଦ୍ର ସାହୁ , କୋଇଡା ସରପଞ୍ଚ ହୃଷିକେଶ ଦେହୁରୀ, ଖେଳ ପ୍ରେମୀ ଛୋଟରାୟ ନାଏକ ଯୋଗଦେଇଥିଲେ । ପରେ ଦେଶାହୁଳି ଏଫସି ଓ କଲମଙ୍ଗ ଏଫସି ମଧ୍ୟରେ ଫାଇନାଲ ଖେଳ ହୋଇଥିଲା। ଏଥିରେ ଦେଶାହୁଳି ଏଫସି କୁ ହରାଇ କଳମଙ୍ଗ ଏଫସି ବିଜୟୀ ହୋଇଥିଲା । ବିଜୟୀ ଦଳକୁ ୩୦୦୦୦ହଜାର ଟଙ୍କା ସହ ଟ୍ରଫି ଉପ ବିଜତା ଦଳକୁ ୨୦୦୦୦ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା, ପଡିଆର ଚାରିପାର୍ଶ୍ୱ ରେ ଶହ ଶହ ଖେଳପ୍ରେମୀ ଶାନ୍ତିଶୃଙ୍ଖଳା ର ସହ ମଜା ନେଉଥିବାର ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *