ମହାନଗରମୁଖ୍ୟ ଖବରରାଜ୍ୟ

ଶହୀଦ ମାଧୋ ସିଂ ଙ୍କର ବଳିଦାନ ଦିବସ ୨୦୨୩ ପାଳିତ ହୋଇଯାଇଛି  

ବରଗଡ଼ ,୩୧/୧୨ (ଉତ୍କଳ ସମାଚାର) (ଶ୍ରୀକାନ୍ତ ମଟାରୀ): ଏ ଅବସରରେ ବୀର ମାଟି ଘେସ ରୁ ଶୁଭ ମଶାଲ ଶୋଭାଯାତ୍ରା  ରେ ସ୍ଥାନୀୟ ହଳଦୀପାଲିର ବୀର ଛକକୁ ଅଣାଯାଇଥିଲା ଏବଂ ଏକ ଗଣଦୌଡ ସ୍ଥାନୀୟ ସମଲେଶ୍ଵରୀ ମନ୍ଦିରରୁ ବାହାରି ଲେଙ୍ଗୁ ମିଶ୍ର ଛକ ଓ ଗାନ୍ଧୀ ଛକ ଦେଇ ହଳଦୀପାଲି ସ୍ଥିତ ବୀରଛକ ପର୍ଯ୍ୟନ୍ତ ଯାଇଥିଲା । ଶ୍ରୀ ପାଣ୍ଡଵ କର୍ଣ୍ଣ ଶହୀଦ ମାଧୋ ସିଂ ଙ୍କ ବେଶ ରେ ସଜ୍ଜିତ ହୋଇ ଘେଁସ ରୁ ମଶାଲ ଆଣିଥିଲେ l ଉତ୍ସବ ରେ ବରଗଡ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ,, ଜିଲ୍ଲା ପାଳ ଶ୍ରୀମତୀ ମୋନିଷl ବାନାର୍ଜୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପି. ଏସ. ମିନା, ଶ୍ରୀ ପ୍ରମୋଦ ଝାଙ୍କର ସଭାପତି ଶହୀଦ ସ୍ମୃତି କମିଟି , ଶ୍ରୀ ଭୀଷ୍ମ ଦେବ ସରାଫ ସଭାପତି ବାର ଆସୋସିଏସନ,  ଶ୍ରୀ ରବିନାରାୟଣ ପଣ୍ଡା ଉପ ସଭାପତି ଶହୀଦ ସ୍ମୃତି କମିଟି ପ୍ରମୁଖ ଅତିଥି ଭାବରେ ମଂଚାସୀନ ଥିଲେ l   ସମସ୍ତ ଅତିଥି ବୃନ୍ଦ ପ୍ରଥମେ  ଶହୀଦ ସ୍ମୃତି ସ୍ତମ୍ଭ ରେ ଏବଂ ସଂଗ୍ରାମୀ ମାଧୋ ସିଂ ଙ୍କ ଫଟୋ ରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେl  ଦେଶମାତୃକା ପାଇଁ ବଳିଦାନ ଦେଇଥିବା ବରଗଡ଼ ଜିଲ୍ଲା ଘେସ ର ଜମିଦାର ମାଧୋ ସିଂ ଓ ତାଙ୍କର ଚାରି ପୁତ୍ର ହଟ୍ଟେ ସିଂ, ଐରି, ସିଂ, ବୈରୀ ସିଂ ଓ କୁଞ୍ଜଲ ସିଂଙ୍କ  ସ୍ମୃତି ଚାରଣ କରି  ମୁଖ୍ୟ ବକ୍ତା ଡ଼.ଜଗଦୀଶ ମିଶ୍ର   ମାତୃଭୂମି ପାଇଁ ସଦା ସମର୍ପିତ ରହି ଦେଶ ର ବିକାଶ ଦିଗରେ କାର୍ଯ୍ୟ କରିବା ପାଇଁ ଛାତ୍ର ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ସ୍ଵାଧୀନତା ସଂଗ୍ରାମରେ ବୀର ମାଟି ଘେସ ତଥା ସମଗ୍ର ବରଗଡ଼ ଜିଲ୍ଲାର ଅବଦାନ ଓ ଗୋଟିଏ ପରିବାର ର ସମସ୍ତେ ଶହୀଦ ହୋଇ ଥିବା ଏକ ବିରଳ ଦୃଷ୍ଟାନ୍ତ ଓ ଏହା କେବଳ ବରଗଡ  ନୁହେଁ ସମଗ୍ର ଓଡିଶା ବାସୀଙ୍କ ପାଇଁ ଗୌରବ ର  ବିଷୟl ସେହି ବୀର ପୁରୁଷଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜୀବନରେ ଏକ ଭଲ ମଣିଷ ହେବା ପାଇଁ ଜିଲ୍ଲାପାଳ, ଶ୍ରୀମତୀ ବାନାର୍ଜୀ ଛାତ୍ର ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ l ।  ମୁଖ୍ୟ ଅତିଥି ଶ୍ରୀ ଆଚାର୍ଯ୍ୟ ମାଧୋ ସିଂ ଙ୍କ ର ଏହି ବୀରତ୍ୱ ର ଗାଥା କିପରି  ପାଠ୍ୟ ପୁସ୍ତକ ରେ ସ୍ଥାନ ପାଇବ ସେ ପାଇଁ ଚେଷ୍ଟା କରିବା ପାଇଁ ସମସ୍ତ ସଂଗଠନ ର ସହଯୋଗ କାମନା କରିଥିଲେ l ଏ ଉପଲକ୍ଷେ ପୂର୍ବରୁ ଆୟୋଜିତ ବକୃତା ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀମାନଙ୍କୁ  ଅତିଥି ମାନେ ପୁରସ୍କୃତ କରିଥିଲେ l , ଶହୀଦ ସ୍ମୃତି କମିଟି,ର ଉପ ସଭାପତି ରବିନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ  କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ l କାର୍ଯ୍ୟକ୍ରମ ରେ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ସଂଗଠନ ର କାର୍ଯ୍ୟ  କର୍ତ୍ତା କର୍ମଚାରୀ, ଛାତ୍ରଛାତ୍ରୀ, ବୁଦ୍ଧି ଜୀବି ଜନସାଧାରଣ ବହୁ ସଂଖ୍ଯାରେ ଯୋଗ ଦେଇଥିଲେ । ଶହୀଦ ସ୍ମୃତି କମିଟି ପକ୍ଷରୁ ଏ ଅବସରରେ ଏକ ରକ୍ତଦାନ ଶିବିର ର ଆୟୋଜନ କରାଯାଇ ଥିଲା

Leave a Reply

Your email address will not be published. Required fields are marked *