ମହାନଗରମୁଖ୍ୟ ଖବରରାଜ୍ୟ

ଡକ୍ଟର ଭୀମ୍ ରାଓ ଆମ୍ବେଦକରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ।

ରାଉରକେଲା ୬/୧୨,(ଉତ୍କଳ ସମାଚାର): ଭାରତୀୟ ସମ୍ବିଧାନର ପ୍ରଣେତା ଡକ୍ଟର ଭୀମ୍ ରାଓ ଆମ୍ବେଦକରଙ୍କ ଶ୍ରାଦ୍ଧ ବାର୍ଷିକୀରେ ରାଉରକେଲା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଅବସରରେ ରାଉରକେଲା ଜିଲ୍ଲା କଂଗ୍ରେସ କମିଟି ସଭାପତି ରଶ୍ମିରଞ୍ଜନ ପାଢୀଙ୍କ ଆବାହକତ୍ବରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ଉଦିତନଗର ଆମ୍ବେଦକର ଛକରେ ଥିବା ଡକ୍ଟର ଭୀମ୍ ରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ଯ ଅର୍ପଣ କରିବା ପରେ ରାଉରକେଲା ଜିଲ୍ଲା କଂଗ୍ରେସ କାର୍ଯ୍ଯାଳୟରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ କଂଗ୍ରେସ ନେତୃବୃନ୍ଦ ବାବାସାହେବଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରି, ଆମ୍ବେଦକରଙ୍କ ଜୀବନୀ ବିଷୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ କଂଗ୍ରେସର ବୀରେନ ସେନାପତି, ରବି ରାୟ, ରାମାନନ୍ଦ ଶ୍ରୀଚନ୍ଦନ, ପ୍ରବୋଧ ଦାସ, କୀର୍ତ୍ତନ ଦାସ, ଉମେଶ ଶରଣ. ଞ୍କାନେନ୍ଦ୍ର ଦାସ, ତୁଳସୀ ନାଗ, ସୂର୍ଯ୍ଯକାନ୍ତ ବାରିକ, ଆର. ପି. ସିଂ, ସିବୁ ଦୀପ୍, ହରପ୍ରସାଦ ସାମଲ, ଡେଭିଡ୍ ରାଓ, ଦୀବାକର ଦୀପ, ସାକିର୍ ହୁସେନ୍, ପ୍ରଶାନ୍ତ ରାଯ, ଝୁନୁ ପଟ୍ଟନାୟକ, ବସନ୍ତ ମହାକୁଡ, ରାଜନ ତନ୍ତି, ଶିବୁ ଓରାମ, ଶିବୁ ସାହୁ, ଅମୀୟ ଦାସ. ବୁଲୁ ଦାସ ପ୍ରମୁଖ ଉପସ୍ଥିତ ରହି ବାବାସାହେବଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କର ସ୍ମୃତିଚାରଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଡେଭିଡ ରାଓ ଆମ୍ବେଦକରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଉପସ୍ଥିତ ରହି କାର୍ଯ୍ଯକ୍ରମରେ ଅଂଶଗ୍ରହଣ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *