ମହାନଗରମୁଖ୍ୟ ଖବରରାଜ୍ୟ

ମନ୍ଦିରର ଦାନପେଟି ଭାଙ୍ଗି ଟଙ୍କା ଲୁଟ୍‌

ରାଉରକେଲା, ୩୧/୧୨ (ଉତ୍କଳ ସମାଚାର): ପାୱାର ହାଉସ ରୋଡ଼ ଆଖଣ୍ଡଳମଣି ମନ୍ଦିରରେ ଅଜ୍ଞାତ ଚୋରମାନଙ୍କ ଦ୍ୱାରା ବିଳମ୍ବିତ ରାତିରେ ଗେଟର ତାଲା ଭାଙ୍ଗି ଦାନ ପେଟିରୁ ଟଙ୍କା ଲୁଟ୍ କରି ନେଇଛନ୍ତି ଦୁର୍ବତ । ଏହା ସହ ପାଖରେ ଥିବା ୨ଟି ଦୋକାନର ମଧ୍ୟ ତାଲା ଭାଙ୍ଗି ଚୋରି କରିବାର ଉଦ୍ୟମ କରାଯାଇଥିଲା । ଆଜି ସକାଳ ସମୟରେ ମନ୍ଦିରର  ନନା ମନ୍ଦିରକୁ ଆସିବାବେଳେ ଏହି ଘଟଣାକୁ ନେଇ ଲୋକଙ୍କୁ ସୂଚନା  ଦେଇଥିଲେ । ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଚୋରି ଘଟଣାର ସୂଚନା ପୋଲିସକୁ ଦିଆଯାଇଥିଲା ।  ଉଦିତନଗର ପୋଲିସ ଓ ପ୍ଲାଟଂସାଇଟ୍ ପୋଲିସ ଘଟଣାସ୍ଥଳରେ ପହଚିଂ ତଦନ୍ତ ଆରମ୍ଭ କରିଛନ୍ତି । ଏହା ସହ ନିର୍ମଳ ମାର୍କେଟ ପଛପଟରୁ ପଡ଼ିଆରୁ ଏକ ବାଇକ ମଧ୍ୟ ପୋଲିସ ଜବତ କରିଛି । ଆଜି ଏହି ଚୋରି ଘଟଣାକୁ ନେଇ ଆଖଣ୍ଡଳମଣି ମନ୍ଦିର ସମ୍ମୁଖରେ ସକାଳ ସମୟରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *