ଅପରାଧଦେଶ -ବିଦେଶମହାନଗରମୁଖ୍ୟ ଖବର

ଜାମ୍ମୁ ଓ କାଶ୍ମୀର ତେହେରିକ-ଇ-ହୁରିୟାତ୍ (ଟିଇଏଚ୍‌)କୁବେଆଇନ ସଂଗଠନ ଭାବେ ଘୋଷଣା କଲା ସ୍ବରାଷ୍ଟ୍ରମନ୍ତ୍ରଣାଳୟ

ନୂଆଦିଲ୍ଲୀ, //୩୧/୧୨ //(ପିଆଇବି ) //(ଉତ୍କଳ ସମାଚାର) : ଭାରତ ସରକାର ଜାମ୍ମୁ ଓ କାଶ୍ମୀରର ତେହେରିକ୍‌-ଇ-ହୁରିୟାତ’(ଟିଇଏଚ୍‌) ସଂଗଠନକୁ ବେଆଇନ ଘୋଷଣା କରିଛନ୍ତି । ବେଆଇନ କାର୍ଯ୍ୟକଳାପ ଦୂରୀକରଣ ଆଇନ(ୟୁଏପିଏ) ୧୯୬୭ର ଧାରା ୩ (୧) ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ତାଙ୍କ ‘ଏକ୍ସ’ ପୋଷ୍ଟରେ କରିଛନ୍ତିଯେ ସମ୍ପୃକ୍ତ ସଂଗଠନ ଜମ୍ମୁ ଓ କାଶ୍ମୀରକୁ ଭାରତରୁ ଅଲଗା କରିବାକୁ ବିଭିନ୍ନ ନିଷିଦ୍ଧ କାର୍ଯ୍ୟରେ ଲିପ୍ତ ରହିବା ସହିତ ସେଠାରେ ଇସଲାମୀୟ ଶାସନ ପ୍ରବର୍ତ୍ତନ କରିବାକୁ ଚେଷ୍ଟା କରୁଥିଲା । ଏହି ଗୋଷ୍ଠୀ ଭାରତ ବିରୋଧୀ ପ୍ରଚାର ଚଳାଇବା ସହିତ ଜାମ୍ମୁ-କାଶ୍ମୀରର ବିଚ୍ଛିନ୍ନତାବାଦକୁ ଇନ୍ଧନ ଯୋଗାଇବାକୁ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଥିବାର ପ୍ରମାଣ ମିଳିଛି ।

Leave a Reply

Your email address will not be published. Required fields are marked *