ମହାନଗରମୁଖ୍ୟ ଖବରରାଜ୍ୟ

ନୂଆ ବର୍ଷ ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ ପରିଲକ୍ଷିତ

ରାଉରକେଲା ୧/୧,(ଉତ୍କଳ ସମାଚାର): ରାଉରକେଲା ଇସ୍ପାତ ସହରରେ ଇଂରାଜୀ ନବ ବର୍ଷ ଅବସରରେ ବିଭିନ୍ନ ମନ୍ଦିରରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିବାବେଳେ ଭକ୍ତମାନେ ସକାଳୁ ମନ୍ଦିରକୁ ଆସି ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଥିଲା। ବିଶେଷକରି ରାଉରକେଲା ସହରର ହନୁମାନ ଭାଟିକା ପରିସରରେ ପ୍ରଭାତରୁ ସନ୍ଧ୍ୟା ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା। ସମଗ୍ର ସୁନ୍ଦରଗଡ ଜିଲ୍ଲା ତଥା ସହରର ଆଖପାଖ ଅଞ୍ଚଳର ବହୁ ସଂଖ୍ୟାରେ ଭକ୍ତ ମନ୍ଦିରରେ ପହଞ୍ଚି ପ୍ରାର୍ଥନା ଓ ପୂଜାପାଠ କରିଥିଲେ। ସମଗ୍ର ସୁନ୍ଦରଗଡ ଜିଲ୍ଲା ସମେତ ସହରର ଆଖପାଖ ଅଞ୍ଚଳର ଭକ୍ତମାନେ ହନୁମାନ ଭାଟିକାର ଜଗନ୍ନାଥ ମନ୍ଦିର ସମେତ ସମଲେଶ୍ୱରୀ ମନ୍ଦିର, ରାମ ମନ୍ଦିର, ସାଇ ମନ୍ଦିର, ମା’ ମଙ୍ଗଳା ମନ୍ଦିର, ଭଗବାନ ପର୍ଶୁରାମ ମନ୍ଦିର, ଶିବ ମନ୍ଦିର, ରାମ ଦାର୍ବାର ମନ୍ଦିରରେ ପୂଜା ଅର୍ଚ୍ଚନା କରିବା ପରେ ପ୍ରସାଦ ସେବନ କରିଥିଲେ। ରାଉରକେଲା ସହରର ପାନପୋଷ ରୋଡରେ ଅବସ୍ଥିତ ମା’ ତାରିଣୀ ମନ୍ଦିର, ପାନପୋଷର କାଳୀ ମନ୍ଦିର, ଦେଓଗାଁର ଧବଲେଶ୍ୱର ଶିବ ମନ୍ଦିର, ସେକ୍ଟର-୩ ଜଗନ୍ନାଥ ମନ୍ଦିର ସମେତ ଟିସିଆଇ ଛକର ସାଇ ମନ୍ଦିରରେ ଏକ ବିରାଟ ଭଣ୍ଡାର ଆୟୋଜିତ ହୋଇଥିଲା। ସେହିଭଳି ଭାବରେ ସେଠାରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା। ଇସ୍ପାତ ସହର ରାଉରକେଲାର ଅନେକ ମନ୍ଦିରରେ ସେହିଭଳି ଭକ୍ତମାନେ ନୂତନ ବର୍ଷରେ ସୁଖ ଓ ସମୃଦ୍ଧତା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ସମଗ୍ର ଜିଲ୍ଲାର ନୂତନ ବର୍ଷ ପାଇଁ ମନ୍ଦିରରେ ଭିଡ଼ ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *