ଖେଳମୁଖ୍ୟ ଖବରରାଜ୍ୟ

ହାପି କ୍ଲବ ରୋଡ଼କେଳା କୁ ହରାଇ କୋଇଡା କେଏଫଏ ଚମ୍ପିୟାନ

କୋଇଡା,୧/୧ (ଉତ୍କଳ ସମାଚାର) (ନଗେଶ ଚନ୍ଦ୍ର ପାଢ଼ୀ) : ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକର ସାନଇନ୍ଦପୁର ଗ୍ରାମ ଖେଳ ପଡିଆରେ ମା କୌଶଲ୍ୟା ଭିଲେଜ କମିଟି ପକ୍ଷରୁ ଦୁଇ ଦିନିଆ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାର ଉଦଯାପନୀ ଉତ୍ସବ ପାଳନ ହୋଇଯାଇଛି । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ସାନଇନ୍ଦପୁର ଲୌହ ଖଣିର ଡିଜିଏମ ଅନିଲ କୁମାର ଚୌଧୁରୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଭିଷେକ ସିଂ , ସମାଜସେବୀ ଦିବାକର ନାଏକ , ଉଜ୍ବଳ କୁମାର ମଲ୍ଲିକ , କୋଇଡା ପ୍ରେସ କ୍ଲବର ସଦସ୍ୟ ନଗେଶ ଚନ୍ଦ୍ର ପାଢ଼ୀ ଓ ସୁରେଶ ଦାଶ ଯୋଗ ଦେଇଥିଲେ। ହାପି କ୍ଲବ ରୋଡ଼କେଳା ଓ କୋଇଡା କେଏଫଏ ମଧ୍ୟରେ ଫାଇନାଲ ପ୍ରତିଯୋଗିତା ହୋଇଥିବା ବେଳେ ଏଥିରେ କୋଇଡା କେଏଫଏ ୧-୦ ଗୋଲରେ ହାପି କ୍ଲବକୁ ପରାସ୍ତ କରି ଚଳିତ ବର୍ଷର ଚମ୍ପିୟାନ ହୋଇଥିଲା । ବିଜୟୀ ଦଳକୁ ଅତିଥି ମାନଙ୍କ ଦ୍ୱାର ନଗଦ ୫୦୦୦୦ ଟଙ୍କା ସହିତ ଟ୍ରଫି ପୁରଷ୍କାର ଦିଆଯାଇଥିବା ବେଳେ ରନର୍ସ ଅପ ଦଳକୁ ୩୦୦୦୦ ଟଙ୍କା ସହିତ ଟ୍ରଫି ପୁରାଷ୍କାର ଦିଆଯାଇଥିଲା । କମିଟିର ସଭାପତି ପୂର୍ଣ୍ଣଚନ୍ଦ୍ର ବାରିକ , ସାଧାରଣ ସମ୍ପାଦକ ଜଗନ୍ନାଥ ବାରିକ ଖେଳକୁ ପରିଚାଳନା କରିଥିବା ବେଳେ ସଞ୍ଜୟ କିଷାନ , ଗୋବର୍ଦ୍ଧନ ମୁଣ୍ଡା , ଅରୁଣ ନାଏକ , ଲାଭ ଦେହୁରୀ , ଟୁନୁ ମୁଣ୍ଡା , ପ୍ରମୋଦ ବାରିକ ପ୍ରମୁଖ ଖେଳରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *