ମହାନଗରମୁଖ୍ୟ ଖବରରାଜ୍ୟ

“ଯମରାଜ” ଲୋକଙ୍କୁ ସଡକ ସୁରକ୍ଷା ବାବଦରେ ସଚେତନ କରାଇଲେ।। ରାଉରକେଲାରେ ସଡକ ସୁରକ୍ଷା ସପ୍ତାହ ଆରମ୍ଭ

ରାଉରକେଲା, ୧/୧୧/୧ (ଉତ୍କଳ ସମାଚାର): ଯେଉଁ ମାନେ ସଡକ ସୁରକ୍ଷା ନିୟମ ମାନି ଚାଲୁ ଥିଲେ ସେମାନଙ୍କୁ ଫୁଲ ଦେଇ ସ୍ୱାଗତ କରାଯାଉଥିଲା। ଅପରପକ୍ଷରେ ଯେଉଁମାନେ ବିନା ହେଲମେଟ୍ ରେ ଗାଡି ଚଳାଉ ଥିଲେ ସେମାନଙ୍କୁ ଫୁଲ ହାର ର ଫ୍ରେମ୍ ଦେଖାଇ ଦିଆ ଯାଉଥିଲା। କୁହାଯାଉଥିଲା ଯେ ସଡକ ସୁରକ୍ଷା ନିୟମ ନ ମାନିଲେ ଫଟ ଫୁଲହାର ସହ କାନ୍ଥରେ ଲାଗିଯିବ। ଏ ଥିଲା ବର୍ଷ ୨୦୨୪ ର ପ୍ରଥମ ଦିନରେ ରାଉରକେଲା ସହରରେ ପରିବହନ ବିଭାଗ ପକ୍ଷରୁ ଆୟୋଜିତ ସଡକ ସୁରକ୍ଷା ସପ୍ତାହର ସଚେତନତା ଦୃଶ୍ୟ। “ସଡକ ସୁରକ୍ଷା , ଜୀବନ ରକ୍ଷା”। ଏହି ସ୍ଲୋଗାନ ବହୁ ଦିନ ହେଲା ଚାଲି ଆସୁଛି। ମାତ୍ର ଏଥିପ୍ରତି ଲୋକମାନେ ବିଶେଷ ଧ୍ୟାନ ନଦେଇ ପ୍ରତିଦିନ ଟ୍ରାଫିକ ନିୟମ ଭଙ୍ଗ କରୁଛନ୍ତି। ହେଲମେଟ୍ ପିନ୍ଧି ଦୁଇ ଚକିଆ ଯାନ ଚଳାଇବା , ସିଟ୍ ବେଲ୍ଟ ପିନ୍ଧିବା ଆଦି ଉପରେ ବାରମ୍ବାର ସଚେତନ କରାଯାଉଛି। ଆଜି ରାଉରକେଲାରେ ପଥ ପ୍ରାନ୍ତ ନାଟକ ଜରିଆରେ ଲୋକଙ୍କୁ ସଡକ ସୁରକ୍ଷା ବାବଦରେ ସଚେତନ କରାଯିବା ଆରମ୍ଭ କରାଯାଇଛି। ମଦ୍ୟପାନ କରି ଗାଡି ଚଳାଇବାକୁ ବାରଣ କରା ଯାଉଥିଲେ ମଧ୍ୟ ଲୋକମାନେ ନିଶାଶକ୍ତ ଅବସ୍ଥାରେ ଗାଡି ଚଳାଇବା ଦେଖା ଯାଉଛି। ଲୋକଙ୍କ ମନରେ ସଡକ ସୁରକ୍ଷା ଆଇନ ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଠାରୁ ଜାନୁଆରୀ ୭ ତାରିଖ ପର୍ଯ୍ୟନ୍ତ ସଡକ ସୁରକ୍ଷା ସପ୍ତାହ ପାଳନ କରା ଯାଉଛି। ରାଉରକେଲାରେ ମଧ୍ୟ ଏହି କାର୍ଯ୍ୟକ୍ରମ ସୋମବାର ଠାରୁ ପରିବହନ ବିଭାଗ ଆନୁକୂଲ୍ୟରେ ଆରମ୍ଭ ହୋଇଛି। ଆରଟିଓ ଙ୍କ ସମେତ ପରିବହନ ବିଭାଗ ଅଧିକାରୀ ମାନେ ରାସ୍ତା ଉପରେ ଯାନ ବାହାନ ଯାଞ୍ଚ କରିବା ସହ ଲୋକ ମାନଙ୍କୁ ସଡକ ସୁରକ୍ଷା ଉପରେ ସଚେତନ କରୁଛନ୍ତି। ଏହି ଉପଲକ୍ଷେ ଏକ ସଡକ ସୁରକ୍ଷା ସଚେତନତା ଶୋଭାଯାତ୍ରା ମଧ୍ୟ ସହର ପରିକ୍ରମା କରିଥିଲା। ଯମରାଜ ବେଶରେ ଜଣେ କଳାକାର ବେଶ ପ୍ରଭାବଶାଳୀ ଢଙ୍ଗରେ ଲୋକ ମାନଙ୍କୁ ସଡକ ସୁରକ୍ଷା ସଚେତନତା ବାର୍ତ୍ତା ଦେଉଥିବା ଦେଖା ଯାଇଥିଲା

Leave a Reply

Your email address will not be published. Required fields are marked *