ମନୋରଞ୍ଜନମୁଖ୍ୟ ଖବରରାଜ୍ୟ

 ପଦ୍ମପୁର ସୁମିତ ଏଣ୍ଟରଟାର୍ମେଣ୍ଟ ପ୍ରୋଜୋଜନା ରେ ମୁକ୍ତିଲାଭ କରିଛି କ୍ଷୁଦ୍ର ଚଳଚ୍ଚିତ୍ର ” ଚିପରା ” 

ବରଗଡ,୩/୧ (ଉତ୍କଳ ସମାଚାର) (ଶେଷଦେବ ମେହେର) : ଗାଁ ଗହଳିରେ ଚାଲି ଆସୁଥିବା ଅନ୍ଧବିଶ୍ୱାସ ଉପରେ ଆଧାରିତ, ପଦ୍ମପୁର ସୁମିତ ଏଣ୍ଟରଟାର୍ମେଣ୍ଟ ପ୍ରୋଜୋଜନା ରେ ମୁକ୍ତିଲାଭ କରିଛି କ୍ଷୁଦ୍ର ଚଳଚ୍ଚିତ୍ର ” ଚିପରା ” , ଫିଲ୍ମ୍ ର କାହାଣୀ ଆଉ ନିର୍ଦ୍ଦେଶନା ରେ ପରେଶ ରଣା ଥିବା ବେଳେ , ଦିବ୍ୟ କିଶୋର ବରିହା ପ୍ରଯୋଜନା ତୁଲାଇଛନ୍ତି, କେମେରା ଆଉ ଏଡ଼ିଟ କୁନା ସେଠ୍ କରି ଥିବା ବେଳେ , ଗ୍ରାଫିକ୍ସ ସରୋଜ ବଇଠାରୁ କରିଛନ୍ତି, ଟାଇଟଲ୍ ସଙ୍ଗୀତ ଗଜାନନ ନାଗ ଗାଇଥିବା ବେଳେ ଲେଖିଛନ୍ତି ପରେଶ ରଣା , ଚଳଚ୍ଚିତ୍ର ର ବିଶେଷ ଆକର୍ଷଣ ପାଳଟିଛି ଚଳଚ୍ଚିତ୍ର ରେ ଥିବା ଗୀତ ” ମଲି ଦହାନା , ସୁଲୋଚନା ” ଯାହାକୁ ଗାଇଛନ୍ତି ସୁନାମ ଧନ୍ୟ ଅଭିନେତା ତଥା କଣ୍ଠ ଶିଳ୍ପୀ ଅଶୋକ କୁମ୍ଭାର , ଗୀତ ଟିକୁ ଲେଖିଛନ୍ତି ଦିଲୀପ ସାୟିନି, ଚିପରା ଚଳଚ୍ଚିତ୍ର ରେ ବିଭିନ୍ନ ଭୂମିକା ରେ ଅଭିନୟ କରିଛନ୍ତି ବିକ୍ରମ, ହୃଦୟ ରଞ୍ଜନ , ମମତା ,ବୁଲୁ , ମାନସ , ପରେଶ , ଅଶୋକ, ଗଜାନନ, ଚିତ୍ତ , ଉତ୍କଳ , ସାଧୁ ଓ କରନ୍ ନିଖୁଣ ଭାବେ ଅଭିନୟ କରିଛନ୍ତି ବୋଲି ଦର୍ଶକ ମାନଙ୍କ ଠାରୁ ପ୍ରକାଶ , ଚିପରା ଚଳଚ୍ଚିତ୍ର ଟି ସୁମିତ ଏଣ୍ଟରଟାର୍ମେଣ୍ଟ ୟୁଟ୍ୟୁବ୍ ଚେନେଲ ରେ ଜାନୁୟାରୀ ୧ ତାରିଖ ରିଲିଜ୍ ହୋଇ ସାରିଛି ଓ ଦର୍ଶକ ଙ୍କ ଠୁ ସଫଳତା ମଧ୍ୟ ପାଇ ସାରିଛି

Leave a Reply

Your email address will not be published. Required fields are marked *