ରାଉରକେଲା:27//10,(ଉତ୍କଳ ସମାଚାର) ସୁନ୍ଦରଗଡ଼ ଜିଲ୍ଲା ପତଞ୍ଜଳି ଯୋଗ ପରିବାର ପାଇଁ ଏକ ଗର୍ବ ଓ ଆନନ୍ଦର ବିଷୟ। ଯୋଗର ପ୍ରଚାରପ୍ରସାର, ଯୋଗ ଶିକ୍ଷାଦାନ ଏବଂ ସମାଜରେ ଯୋଗର ମହତ୍ତ୍ୱକୁ ପହଞ୍ଚାଇବା କ୍ଷେତ୍ରରେ ଦୀର୍ଘଦିନର ଉଲ୍ଲେଖନୀୟ ଅବଦାନ ପାଇଁ ଡଃ ଅକ୍ରୁର ମାର୍ଥାଙ୍କୁ ୱାର୍ଲ୍ଡ ଚାରିଟେବଲ୍ ୱେଲଫେୟାର ଫାଉଣ୍ଡେସନ୍, ନୂଆଦିଲ୍ଲୀ ପକ୍ଷରୁ ସମ୍ମାନଜନକ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଛି।୨୫ ଅକ୍ଟୋବର ୨୦୨୬ରେ ବ୍ରହ୍ମପୁରସ୍ଥିତ ଗଞ୍ଜାମ କଳା ପରିଷଦଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଯୋଗ ଓ ଉତ୍ତମ ଯୋଗ ଶିକ୍ଷାଦାନ, ସମାଜ ସେବା ମାଧ୍ୟମରେ ସମାଜକୁ ସୁସ୍ଥ ରଖିବା ଦିଗରେ ତାଙ୍କର ନିଷ୍ଠାପର ଉଦ୍ୟମ ଓ ଜୀବନବ୍ୟାପୀ ଅବଦାନକୁ ସ୍ୱୀକୃତି ଦେଇ ଏହି ସମ୍ମାନ ପ୍ରଦାନ କରାଯାଇଛି।ଏହି ସଫଳତା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପତଞ୍ଜଳି ଯୋଗ ପରିବାର ପକ୍ଷରୁ ସହ ରାଜ୍ୟ ପ୍ରଭାରୀ ଶ୍ରୀ ଅକ୍ରୁର ମାର୍ଥାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି। ତାଙ୍କର ଏହି ସଫଳତା ଯୋଗ ପରିବାରର ସମସ୍ତ ସଦସ୍ୟ, ଯୋଗ ଶିକ୍ଷକ ଓ ଯୋଗପ୍ରେମୀଙ୍କ ପାଇଁ ପ୍ରେରଣାର ଉତ୍ସ ହେବ। ଆଗାମୀ ଦିନରେ ମଧ୍ୟ ସେ ଯୋଗର ପ୍ରଚାର ପ୍ରସାର ଓ ଜନସାଧାରଣଙ୍କୁ ନିରୋଗ ଜୀବନଶୈଳୀ ଆପଣାଇବା ପାଇଁ ପ୍ରେରିତ କରିବେ ବୋଲି ପତଞ୍ଜଳି ଯୋଗ ପରିବାର ଆଶା ପ୍ରକାଶ କରିଛି ବୋଲି ଜିଲ୍ଲା ମିଡ଼ିଆ ପ୍ରଭାରୀ ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି

