ରାଉରକେଲା ୨୭/୧୦,(ଉତ୍କଳ ସମାଚାର) ରୋଟାରୀ କ୍ଲବ ଅଫ ରାଉରକେଲା ଷ୍ଟିଲ ସିଟି ପକ୍ଷରୁ ବିଶ୍ୱ ପୋଲିଓ ଦିବସ ଉପଲକ୍ଷେ ପୋଲିଓ ମୁକ୍ତ ଅଭିଯାନ ନେଇ ଏକ ସଚେତନତା ରାଲି ଓ ରୋଡ୍ ଶୋ ଅନୁଷ୍ଠିତ ହୋଇଯାଇଛି। ଏହି ରାଲି ରାଉରକେଲା ସେକ୍ଟର-୧୯ ଆମ୍ବାଗାନ ଛକ, ମଧୁବନ ଛକ, ସେକ୍ଟର-୧ କ୍ଲବ ପରିସର ଏବଂ ସେକ୍ଟର-୨ ଛକ ଦେଇ ପରିକ୍ରମା କରିଥିଲା। ରାଲିରେ ପୋଲିଓ ନିରାକରଣର ବାର୍ତ୍ତା ଦିଆଯାଇଥିଲା।ଏହି ଅବସରରେ ରୋଟାରିଆନ୍ ଅଞ୍ଜନା ମୈତ୍ର, ସରିତା ମଲ୍ଲ, ନମିତା ଆଚାର୍ଯ୍ୟ, ସନ୍ଧ୍ୟାରାଣୀ ବରାଳ, ବୀଣାପାଣି ରଥ, ସୁଚିସ୍ମିତା ବିଶ୍ୱାସ, ଲଳିତା ମୁଦାଲି, ଆଶିଷ ନାୟକ, ବିଭୁ ପ୍ରସାଦ ନାୟକ, ଯଶ ମିଶ୍ର, ପୁତୁଲ ରାହୁଲ ପ୍ରମୁଖ ଉପସ୍ଥିତ ଥିଲେ। ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ୍ ଆଲାମ ସିଂ ରୁପ୍ରା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସମସ୍ତ ସଦସ୍ୟମାନଙ୍କୁ ଉତ୍ସାହିତ କରିଥିଲେ।ରୋଟାରାକ୍ଟ ସଦସ୍ୟ ସଭାପତି ଅଭିଷେକ ପ୍ରଧାନ , କୋଷାଧ୍ୟକ୍ଷ ୟାସନା ରୟ, ନିର୍ଦ୍ଦେଶକ ପାୟଲ ଗୁମାନସିଂହ ଓ ଅଙ୍କିତା ସ୍ୱାଇଁଙ୍କ ସମେତ ରୋଟାରାକ୍ଟ କ୍ଲବ ରିମ୍ସର ଗାଇଡ୍ ଶିକ୍ଷକ ମଧ୍ୟ ଉପସ୍ଥିତ ଥିଲେ। ଅନୁରୂପ ଭାବେ ରୋଟାରାକ୍ଟ କ୍ଲବ ଅଫ ଗାନ୍ଧୀ ମହାବିଦ୍ୟାଳୟର ସଭାପତି ନିଜ ଟିମ୍ ସହ କଲେଜ କ୍ୟାମ୍ପସ ଓ ଦେଓଗାଁ ଅଞ୍ଚଳରେ ମଧ୍ୟ ପୋଲିଓ ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ କରିଥିଲେ।

