ପାପଡାହାଣ୍ଡି ତା 30/10/26,(ଉତ୍କଳ ସମାଚାର)ରିଖରେ ପାପଡାହାଣ୍ଡି ସମ୍ମିଳନୀ କକ୍ଷ ଠାରେ 26ଅକ୍ଟୋବର 2026ଠାରୁ 1/11/2026ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ରୂପେ ପାଳନ କରାଯାଇଛି l ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା, ସଚୋଟତା, ନୈତିକତା ଓ ଉତ୍ତର ଦାୟୀତ୍ୱବୋଧକୁ ସୃଦୃଢ଼ କରିବା ସହ ଦୁର୍ନୀତି ମୁକ୍ତ ପ୍ରଶାସନ ଗଠନ ଉଦେଶ୍ୟରେ ପାପଡାହାଣ୍ଡି ଗ୍ରାମ ପରିକ୍ରମା କରି ସଚେତନ କରାଗଲା l ଏଥିରେ ଅଙ୍ଗନୱାଡି, ଆଶା,,ବିଡ଼ିଓ, ଡ଼ିଏସପି,ଆଆସି, ବ୍ଲକ ର ସମସ୍ତ କର୍ମଚାରୀ, ସାମ୍ବାଦିକଓ ଉପାଧ୍ୟକ୍ଷମିଶି ଗ୍ରାମ ପରିକ୍ରମା କରି ସଚେତନତା କରାଗଲା ତାପରେ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଗୋଷ୍ଠୀ ଉର୍ନୟନ ଅଧିକାରୀ ଶ୍ରୀ କପିଲଦେବ ସାହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା l ଏହିସଭାରେ ମୁଖ୍ୟ ଅତିଥି ଭାବେ ଉପାଧ୍ୟକ୍ଷଶ୍ରୀ ସୁଶାନ୍ତ କୁମାର ବେହେରା, ମୁଖ୍ୟ ବକ୍ତା ଭାବେ ଭିଜିଲାନ୍ସ ଡି ଏସ ପି ନବରଙ୍ଗପୁର ଶ୍ରୀମତୀ ଜୟାଶ୍ରୀ ପ୍ରଧାନ, ଏସଆଇ ଶ୍ରୀ ଭୀମ ସେନ ପୂଜାରୀ, ଏ ଏସ ଆ ଶ୍ରୀ ସଞ୍ଜୟ ସାହୁ, ସି ଡି ପି ଓ ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ଦାସ, ବିପିସି ପେସା ଶ୍ରୀ ଗିରିଜା ପ୍ରସାଦ ଦଳେଇ, ଏଇଇ ଅଭିମନ୍ୟୁ ବି ଏସ ଏସ ଓ ଶ୍ରୀ ସୁବ୍ରତ କିସାନ, ପାପଡାହାଣ୍ଡି ଆ ଆ ସି ଶ୍ରୀ ଉମେଶ ଚନ୍ଦ୍ର ନାୟକ, ଜି ପି ଡି ଓ ଶ୍ରୀ କମଳେନ୍ଦୁ ଦାସ, ଜେ ଇ ଶ୍ରୀ ବିପିନି ତ୍ରିପାଠୀ, ଜେ ଇ ଶ୍ରୀ ବାପୁଜୀ ନାୟକ,ଅଙ୍ଗନୱାଡି, ଆଶା ଓ ଅନ୍ୟ ସମସ୍ତେ ଲାଇନ ବିଭାଗ ଅଧିକାରୀ ମାନେ ଉପସ୍ଥିତ ଥିଲେ ସଭାରେ ବକ୍ତାମାନେ ଦୁର୍ନୀତି ମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ ଦେଇଥିଲେ l ଏହିସଭା ରେ ଭିଜିଲାନ୍ସ ଡ଼ିଏସପି ନବରଙ୍ଗପୁର ଉପସ୍ଥିତ ସମସ୍ତଙ୍କୁ ଦୁର୍ନୀତି ନିବାରଣ ପାଇଁ ଶପଥ ପାଠ କରାଇ ଥିଲେ ସେ ଦୁର୍ନୀତି ହେଲେ ଦୂରଭାଷା ନମ୍ବରନବରଙ୍ଗପୁର(ଡି ଏସ ପି) 7750915778, ଏସ ଆଇ ଙ୍କ ନମ୍ବର 9337089825 ଓ ଟୋଲ ଫ୍ରୀ ନମ୍ବର 1064କୁ ଜଣାଇ ବାକୁ ଅନୁରୋଧ କରିଥିଲେ l ଶେଷରେ ବିଡିଓ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ

