ନବରଙ୍ଗପୁର, ୦୩/୧୧/୨୦୨୬:(ଉତ୍କଳ ସମାଚାର) ଅବୈଧ ମଦ ପ୍ରସ୍ତୁତି ଓ କାରବାର ବିରୋଧରେ ଆଜି ସକାଳେ ରାଇଘର ତହସିଲ ଅନ୍ତର୍ଗତ କାଳିଆପଦର ଓ କଚରାପଡ଼ା ଗ୍ରାମରେ ମିଳିତ ଚଢ଼ାଉ କରାଯାଇଥିଲା।ରାଇଘର ତହସିଲଦାର, ରାଇଘର ଥାନା ଅଧିକାରୀ (IIC), ବ୍ଲକ୍ ଅବକାରୀ ଅଧିକାରୀ ଏବଂ ଅନ୍ୟ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ପ୍ରାୟ ୧୨୫୦ ଲିଟର ମହୁଲି ପୋଚ୍ ଓ ୮୦ ଲିଟର ଦେଶୀ ମଦ ଜବତ କରାଯାଇ ନଷ୍ଟ କରାଯାଇଛି।ଅବୈଧ ମଦ ପ୍ରସ୍ତୁତି ଓ ବିକ୍ରୟ ରୋକିବା ସହ ଏହାର କୁପରିଣାମ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ଏଭଳି ଚଢ଼ାଉ ଓ ଯାଞ୍ଚ ଅଭିଯାନ ଜାରି ରହିବ।

