ପାପଡାହାଣ୍ଡି:27//11,(ଉତ୍କଳ ସମାଚାର)ରିଖରେ ରାଜାମାଟୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସମ୍ବିଧାନ ଦିବସ ପାଳନ ହୋଇଯାଇଛି l ଏହି ଦିବସ ରେ ପ୍ରଧାନ ଶିକ୍ଷକ ଶ୍ରୀ ଅନାମ ସେଠିଆ ଙ୍କ ତତ୍ୱାବଧାନରେ ସମ୍ବିଧାନ ଦିବସ ସଭା ଅନୁଷ୍ଠିତ ହୋଇଛି l ଏଥିରେ ସହକାରୀ ଶ୍ରୀ ବିଜୟ କୁମାର ମହାପାତ୍ର, ଚନ୍ଦନ କୁମାର ତ୍ରିପାଠୀ, ଧର୍ମେନ୍ଦ୍ର ସାହୁ, ସୁରଭି ବେସନ ଓ ଶରତ କୁମାର ନାୟକ ଉପସ୍ଥିତ ଥିଲେ l ଶିକ୍ଷକ ମାନେ କହିଥିଲେ ଯେ 1949ମସିହା ନଭେମ୍ବର 26ତାରିଖରେ ଭାରତ ର ସମ୍ଭିଧାନ ପ୍ରଣୟନ ସଭା, ଆମ ସମ୍ଭିଧାନକୁଗ୍ରହଣ କରିଥିଲା l ଏହି ମହାନ ଦଲିଲ ପ୍ରସ୍ତୁତିରେ ମହାନାୟକ ଡ଼ ବାବାସାହେବ ଭୀମ ରାଓ ଆମ୍ବଦକର ଙ୍କ ଅବଦାନ ଅତୁଳନୀୟ l ଶିକ୍ଷକ ମାନେ କହିଥିଲେ ଯେ ବିଦ୍ୟାଳୟ ହେଉଛି ସମ୍ବିଧାନ ର ମୂଲ୍ୟବୋଧକୁ ଜୀବନ ରେ ଅଭ୍ୟାସ କରିବାର ପ୍ରଥମ ମଞ୍ଚ l ଏଠାରେ ଜାତି, ଧର୍ମ, ଧାନ ଗରିବ କିମ୍ବା ଭାଷାର ଭେଦଭାବ ନାହଁ l ଏଠାରେ ମାନବିକତା, ସହଯୋଗ, ଶୃଙ୍ଖଳା, ସମାନତା ଓ ସନ୍ନମାନ ର ମୂଲ୍ୟବୋଧ ପ୍ରତିଷ୍ଠିତ ହେବା ଉଚିତ l ଏହା ପରେ ବିଦ୍ୟାଳୟ ରେ ଶପଥ ପାଠ କରାଗଲା l ଶେଷରେ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଗଲା ଓ ପିଲା ମାନଙ୍କୁ ମିଷ୍ଟାନ ବଣ୍ଟନ କରାଗଲା l

