Uncategorized

ପ୍ରକୃତି ମାତାର ପୂଜା କରିବା ପ୍ରତ୍ୟେକ ବ୍ୟକ୍ତିର କର୍ତ୍ତବ୍ୟ : ବିଧାୟକ ଦୁର୍ଗା ତନ୍ତୀ

ରାଉରକେଲା ୧୫//୯,(ଉତ୍କଳ ସମାଚାର): ଆଦିବାସୀ ସମ୍ପ୍ରଦାୟର ମହାନ ତଥା ପବିତ୍ର ପର୍ବ କର୍ମା ପୂଜା ନା କେବଳ ଓଡ଼ିଶାରେ ପାଳନ କରାଯାଉଛି, କର୍ମା ପୂଜା ଆଜି ଭାରତର କୋଣ ଅନୁକୋଣରେ ପାଳନ କରାଯିବା ସହ ସମଗ୍ର ଭାରତର ବିଭିନ୍ନ ରାଜ୍ୟରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତିମାନେ ନିଜସ୍ୱ ଢଙ୍ଗରେ ଏହି ପର୍ବକୁ ପାଳନ କରିଆଡୁଛନ୍ତି । ଏହି କ୍ରମରେ ଆଜି ହରିୟାନା ରାଜ୍ୟର ଗୁରୁଗ୍ରାମରେ ବସବାସ କରୁଥିବା ଲୋକମାନେ ମହାଆଡମ୍ବରରେ କର୍ମା ପର୍ବ ପାଳନ କରିଥିଲେ । ଏହି ଅବସରରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ କର୍ମା ପୂଜା ପାଳନ ସମ୍ପର୍କରେ କହିଥିଲେ ଯେ ଏହି ପର୍ବଦିନ ପ୍ରକୃତି ମାତା ତଥା ଧରତୀ ମାତାଙ୍କ ପୂଜା କରିବା। ବିଧିର ସ୍ମୃତିଚାରଣ କରି ମନୁଷ୍ୟ ସମାଜକୁ ପ୍ରକୃତି ମାତାର ଅବଦାନ ଅତୁଳନୀୟ ବୋଲି କହି ସମସ୍ତ ମନୁଷ୍ୟ ପ୍ରକୃତି ମାତାର ପୂଜା କରିବା ନିତ୍ୟାନ୍ତ ଆବଶ୍ୟକ ବୋଲି ବିଧାୟକ କହିଥିଲେ । ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଭାଗନେଇଥିବା କଳାକାରମାନେ ପାରମ୍ପାରିକ ବେଶଭୁଷାରେ ସୁସଜ୍ଜିତ ହୋଇ ନୃତ୍ୟ ପରିବେଷଣ କରିଥିଲେ ।

Leave a Reply

Your email address will not be published. Required fields are marked *