ରାଉରକେଲା ସେକ୍ଟର-୨୦ ବାବା ଜଲେଶ୍ବର ମନ୍ଦିରରେ ସ୍ବର୍ଗତଃ ରମେଶ ପାତ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା
ରାଉରକେଲା ୧୫/୧୦,(ଉତ୍କଳ ସମାଚାର):: ଇସ୍ପାତ ସହରର ସେକ୍ଟର-୨୦ ପମ୍ପ ହାଉସ୍ ନିକଟସ୍ଥ ପାହାଡ଼ ଉପରେଥିବା ବାବା ଜଲେଶ୍ବର ମନ୍ଦିରରେ ସ୍ବର୍ଗତଃ ସମାଜସେବୀ ରମେଶ ପାତ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଶ୍ରଦ୍ଧାଞ୍ଜଳି ସଭାରେ ସ୍ବର୍ଗତଃ ରମେଶ ପାତ୍ରଙ୍କ କନ୍ଯା ରଶ୍ମିତା ମାଝୀ ଏବଂ ଜ୍ବାଇଁ ପ୍ରଶାନ୍ତ କୁମାର ମାଝୀଙ୍କ ସମେତ ରବିନ୍ଦ୍ର କୁମାର ନାୟକ, ଜଗବନ୍ଧୁ ଗାୟନ, ସନ୍ତୋଷ ପ୍ରଧାନ, ଅବିନାଶ ପୁହାଣ, ଅମୀୟ କୁମାର ମହାରଣା, ଦିଲୀପ ଶର୍ମା, ସସ୍ମିତା ଦାସ, କେ ଲକ୍ଷ୍ମୀ, ଶୈଳେନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ସ୍ବର୍ଗତଃ ରମେଶ ପାତ୍ରଙ୍କ ଫଟୋଚିତ୍ରରେ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ସ୍ବର୍ଗତଃ ରମେଶ ପାତ୍ରଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଅବସରରେ ବାବା ଜଲେଶ୍ବର ମନ୍ଦିର ପରିସରରେ ଏକ ଭୋଜିର ଆୟୋଜନ କରାଯାଇଥିଲା। ସ୍ବର୍ଗତଃ ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଶତାଧିକ ପମ୍ପ ହାଉସ୍ ଏବଂ ଆଖପାଖ ଅଞ୍ଚଳର ଲୋକ ଏଥିରେ ପ୍ରସାଦ ସେବନ କରିଥିଲେ।
