ଛଟ୍ ପୂଜା ପ୍ରସ୍ତୁତିକୁ ନେଇ ମହାନଗର ନିଗମ ପକ୍ଷରୁ ବିଭିନ୍ନ ଘାଟ ସଫାଇ ଆରମ୍ଭ
ରାଉରକେଲା ୧୫/୧୦:(ଉତ୍କଳ ସମାଚାର): କେନ୍ଦ୍ରୀୟ ଛଟ ପୂଜା କମିଟିର ଅନୁରୋଧକୁ ଗ୍ରହଣ କରି ରାଉରକେଲା ମହାନଗର ନିଗମ ପକ୍ଷରୁ ରାଉରକେଲା ବିଧାୟକଙ୍କ ପରାମର୍ଶରେ ଛଟ ପୂଜା ପ୍ରସ୍ତୁତିକୁ ନେଇ ବିଭିନ୍ନ ନଦୀ ଘାଟ ଏବଂ ପୋଖରୀ ଘାଟ ସଫା କରିବା ଆରମ୍ଭ କରାଯାଇଛି। ଆଜି ପାନପୋଷ ବ୍ରାହ୍ମଣୀ ନଦୀର ହନୁମାନ ମନ୍ଦିର ଘାଟ ସଫା କରିବା ଆରମ୍ଭ କରାଯାଇଛି। ସେଠାରେ ଆଜି ନଡ଼ିଆ ଭାଙ୍ଗି ଜେସିବି ସାହାଯ୍ୟରେ ସଫା କରିବା ଆରମ୍ଭ କରାଯାଇଛି। ଏଥିପାଇଁ କେନ୍ଦ୍ରୀୟ ଛଟ ପୂଜା କମିଟିର ସଂଯୋଜକ କୃଷ୍ଣ ସାହୁ ରାଉରକେଲା ବିଧାୟକ ଏବଂ ରାଉରକେଲା ପୌର ନିଗମକୁ ଧନ୍ୟବାଦ ଜଣାଇଛନ୍ତି। ଅଜୟ ସାହୁ, ଯିଏ ସୋସିଆଲ ମିଡିଆରେ ପ୍ରଶାସନକୁ ଘାଟ ସଫା କରିବା ପାଇଁ ଅନୁରୋଧ କରିଥିଲେ, ସେ ମଧ୍ୟ ପ୍ରଶାସନ ଏବଂ ବିଧାୟକଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି। ଓପି ସିଂହ, ଜିତୁ ରାୟ, ଓମ୍ ପ୍ରକାଶ ଏବଂ ସର୍ଦ୍ଦାର ସିଂହ ମଧ୍ୟ ଉପସ୍ଥିତ ଥିଲେ। ଛଟ ପୂଜା ଅକ୍ଟୋବର ୨୫ରୁ ଆରମ୍ଭ ହୋଇ ଅକ୍ଟୋବର ୨୮ରେ ଶେଷ ହେବ। ଛଟ ପୂଜାର ପ୍ରଥମ ଅର୍ଘ୍ୟ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅକ୍ଟୋବର ୨୭ ସନ୍ଧ୍ୟାରେ ଅର୍ପଣ କରାଯିବାକୁ ଥିବା ବେଳେ, ଦ୍ୱିତୀୟ ଅର୍ଘ୍ୟ ଉଦୟଗାମୀ ସୂର୍ଯ୍ୟଙ୍କୁ ଅକ୍ଟୋବରରେ ୨୮ ତାରିଖ ସକାଳେ ପ୍ରଦାନ କରାଯିବ।
