ଦୁଇ ଯୁବକଙ୍କୁ ରଘୁନାଥପାଲି ଥାନା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି
ରାଉରକେଲା:14//10,(ଉତ୍କଳ ସମାଚାର):ରାଉରକେଲା ସରକାରୀ ମହାବିଦ୍ୟାଳୟ ସମ୍ମୁଖରେ ଗତକାଲି ଦୁଇ ଜଣ ଯୁବକ ପିସ୍ତଲ୍ ଏବଂ ଛୁରୀ ଧରି ଆତଙ୍କ ଖେଳାଇ ଥିଲେ ଏହି ଦୁଇ ଯୁବକଙ୍କୁ ରଘୁନାଥପାଲି ଥାନା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ଠାରୁ ପୋଲିସ୍ ଯୁବକ ମାନେ ବ୍ୟବହୃତ କରିଥିବା ସ୍କୁଟି , ପିସ୍ତଲ୍, ଏବଂ ଛୁରୀ ଜବତ କରିଛନ୍ତି। ଯୁବକଙ୍କ ବିରୁଦ୍ଧରେ ଲାଗିଛି ସଙ୍ଗୀନ୍ ଦଫା। ହତ୍ୟା ଉଦ୍ୟମ ସହ ଝିଅଙ୍କୁ ଅଶାଳୀନ ମନ୍ତବ୍ୟ ଦେବା ଦଫା ଆଦି ଲାଗିଛି।ଅଭିଯୋଗ ଅନୁଯାୟୀ ଗତକାଲି ଦିନ ଦ୍ୱିପ୍ରହରେ ଏହି ଯୁବକ ଦ୍ବୟ କଲେଜ୍ ସମ୍ମୁଖରେ ଜଣେ ଛାତ୍ରୀଙ୍କୁ କମେଣ୍ଟ କରୁ ଥିଲେ। ସ୍ଥାନୀୟ କିଛି ଯୁବକ ବିରୋଧ କରିବା ରୁ ଅଭିଯୁକ୍ତ ଦ୍ବୟ ଭୁଜାଲି , ପିସ୍ତଲ୍ ଧରି ଯୁବକ ମାନଙ୍କୁ ମାରିବାକୁ ଗୋଡ଼ାଇ ଥିଲେ। ପରେ ସ୍ଥାନୀୟ ଯୁବକ ମାନେ ଅଭିଯୁକ୍ତ ଙ୍କୁ ଧରି ପୋଲିସ୍ ଜିମା ଦେଇଥିଲେ। ତେବେ ଯୁବକ ମାନେ ବ୍ୟବହାର କରିଥିବା ପିସ୍ତଲ୍ ଖେଳନା ବନ୍ଧୁକ ବୋଲି ଜଣା ପଡ଼ିଛି। ଆତଙ୍କ ଖେଳାଇ ଥିବା ଯୁବକ ଙ୍କ ମଧ୍ୟରୁ ଜଣେ ପାନପୋଷ ଅଞ୍ଚଳ ର ହୋଇଥିବା ବେଳେ ଆଉ ଜଣେ ଉତ୍ତର ପ୍ରଦେଶ ଅଞ୍ଚଳର ବୋଲି ଜଣା
