Uncategorized

କେନ୍ଦୁଝର ରେ ଦେଶର ଭବିଷ୍ୟତ ବିପଦରେ

କେନ୍ଦୁଝର:14//10,(ଉତ୍କଳ ସମାଚାର):ଅସାଧୁ ବେପାରୀ ଆଉ ବେପରୁଆ ଅଧିକାରୀ ଙ୍କ ପାଇଁ କେନ୍ଦୁଝର ରେ ଦେଶର ଆଗାମୀ ପିଢୀ ବିପଦରେ, ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ର ନିର୍ଦେଶାବଳୀ ଏବଂ ନିର୍ଦେଶନାମା କୁ ଅସାଧୁ ଶିକ୍ଷା ବେପାରୀ ମାନେ ଫୁ କରି ଉଡାଇଦେଇ ନିଜର ଆର୍ଥିକ ସାମ୍ରାଜ୍ୟ କୁ ଶିଖର କୁ ନେଇଯିବାରେ ତତ୍ପର କିନ୍ତୁ ଏଥିପାଇଁ ଦେଶର ଆଗାମୀ ବଂଶଧର ମାନେ ବିପଦରେ ପଡୁଛନ୍ତି ଏଥିପାଇଁ କେହିବି ଚିନ୍ତିତ ନୁହନ୍ତି, ବିଗତ ବର୍ଷ ରେ ଏକ ଭୟାବହ ଦୁର୍ଘଟଣା ପରେ ରାଜ୍ୟ ସରକାର ରାଜ୍ୟର ସମସ୍ତ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ ପାଇଁ ସ୍ୱତନ୍ତ୍ର ନିର୍ଦେଶାବଳୀ କାର୍ଯ୍ୟକାରି କରିଥିଲେ, ଏଥିରେ ଛାତ୍ର ଛାତ୍ରୀ ଙ୍କ ଯାତାୟାତ ପାଇଁ ବ୍ୟବହୃତ ଯାନବାହାନ ଗୁଡିକର ସୁରକ୍ଷା ଅନ୍ୟତମ ଥିଲା,କିନ୍ତୁ କିଛି ଦିନ ପରେ ସବୁ ଲଗାମ ବିହୀନ ହୋଇଗଲାଣି, ଛାତ୍ରଛାତ୍ରୀ ଯାତାୟାତ ପାଇଁ କିଛି ଶିକ୍ଷାନୁଷ୍ଠାନ ବ୍ୟବହାର କରୁଥିବା ଯାନବାହାନ ଗୁଡିକରେ ଗୁରୁତର ତ୍ରୁଟି କୁ କେହି ସାମାନ୍ୟତମ ଦୃଷ୍ଟି ମଧ୍ୟ ଦେଉନାହାନ୍ତି, ଅନେକ ଯାନ ଗୁଡିକ ର ଫିଟନେସ, ଇନ୍ସୁରାନ୍ସ, ପଲ୍ୟୁସନ ମଧ୍ୟ ସନ୍ଦେହ ଘେରରେ, ଅଗ୍ନି ସୁରକ୍ଷା ଉପକରଣ ପ୍ରାୟତଃ ନାହିଁ, ଏହା ବ୍ୟତୀତ କୋମଳମତି ପିଲାଙ୍କୁ ଅତି ବିପଦପୁର୍ଣ ଭାବେ ହେୟଜ୍ଞାନ ମଧ୍ୟରେ ପରିବହନ କରାଯାଉଛି,ପ୍ରତିଦିନ ସହରରେ ଏହା ବହୁଳ ଭାବରେ ଦୃଷ୍ଟିଗୋଚର ହେଉଥିବା ବେଳେ ପରିବହନ ବିଭାଗ, ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ଆଖି ବୁଜିଦେଇଛି, ଆଉ ଅଭିଵାବକ ମାନେ ନିରୁପାୟ ହୋଇ ନିଜର ଶିଶୁ ମାନଙ୍କୁ ଭଗବାନ ଙ୍କ ଭରସାରେ ଛାଡ଼ିଦେଇ ସବୁବେଳେ ଆଶଙ୍କିତ ରହୁଛନ୍ତି, ସହର ରେ ତିନିଚକିଆ ଅଟୋ, କେତେକ ବସ ରେ ଏ ଦୃଶ୍ୟ ନିତିଦିନିଆ, ଯଦି କିଛି ଅଘଟଣ ଘଟେ ସେତେବେଳେ ଦାୟୀ ଯିଏବି ରହୁନା କାହିଁକି କ୍ଷତି ତ ହେବ ଅଭିଭାବକ ଙ୍କ ର, ଆଜିବି ଜିଲ୍ଲାର ଅନେକ ଶିକ୍ଷାନୁଷ୍ଠାନ ରେ ଶିକ୍ଷାଦାନ ଏକ ଲାଭଜନକ ବ୍ୟବସାୟ ହୋଇ ଯାଇଛି, ଅନେକ ଶିକ୍ଷାନୁଷ୍ଠାନ ରେ ଅବସର ପ୍ରାପ୍ତ ପରିଣତ ବୟସର ଶିକ୍ଷକ, ଅଣତାଲିମ ପ୍ରାପ୍ତ ଶିକ୍ଷକ ମାନଙ୍କୁ କମ ଦରମାରେ ନିଯୁକ୍ତି କରି ଅଭିଵାବକ ମାନଙ୍କ ଠାରୁ ବିଭିନ୍ନ ଉପାୟରେ ଅନେକ ଶୋଷଣ କରାଯାଉ ଥିବାର ବହୁ ଗୁରୁତର ଅଭିଯୋଗ ଆସିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ନିଘା ନ ଦେବା ବାସ୍ତବିକ ଦୁଃଖଦାୟକ, ଅନେକ ଶିକ୍ଷାନୁଷ୍ଠାନ ଜୋର ଜବରଦସ୍ତ ଭାବେ ସେମାନଙ୍କ ନିର୍ଧାରିତ ଦୋକାନ ମାନଙ୍କରୁ ୟୁନିଫର୍ମ ଚଢା ଦରରେ କିଣିବାକୁ ବାଧ୍ୟ କରୁଥିବାର ମଧ୍ୟ ଗୁରୁତର ଅଭିଯୋଗ କରନ୍ତି ସହର ର ସଂଖ୍ୟାଧିକ ଅଭିଵାବକ, ଆଜି ମଧ୍ୟ ଦିନ ଗୋଟାଏ ବେଳେ ପ୍ରଚଣ୍ଡ ଖରାରେ ସହର ର ଏକ ଛକ ରେ ଏକ ସ୍କୁଲ ବସ ରେ ବହୁ କୋମଳମତି ଶିଶୁ ଓଭରଲୋଡ଼ ମାଲବୋଝେଇ ପରି ବିପଦସଂକୁଳ ଯାତ୍ରା ପରିଲକ୍ଷିତ ହେବାରୁ ବହୁ ପିତାମାତା ଓ ବରିଷ୍ଠ ନାଗରିକ ବୃନ୍ଦ ଚିନ୍ତାପ୍ରକଟ କରିଛନ୍ତି, ଜିଲ୍ଲା ପ୍ରଶାସନ ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଛାତ୍ର ଛାତ୍ରୀ ଙ୍କ ଯାତାୟାତ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି

Leave a Reply

Your email address will not be published. Required fields are marked *