ଦୀପାବଳି ଯୋଗୁଁ ସାଜସଜ୍ଜା ଦୋକାନଗୁଡ଼ିକରେ ଗ୍ରାହକଙ୍କ ଭିଡ଼
ରାଉରକେଲା ୧୬/୧୦,(ଉତ୍କଳ ସମାଚାର):ସହରରେ ଦୀପାବଳିକୁ ନେଇ ସାଜସଜ୍ଜା ଦୋକାନ ଏବଂ ପୂଜା ସାମଗ୍ରୀ ଦୋକାନଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳୁଛି। ବିଶେଷକରି ରଙ୍ଗୋଲି ତିଆରି ସାମଗ୍ରୀ ଦୋକାନ ସମେତ ବିଦ୍ଯୁତ୍ ଆଲୋକମାଳା ସଜାଯାଇଥିବା ଦୋକାନ, ବୈଦ୍ୟୁତିକ ଉପକରଣ ଦୋକାନ ଏବଂ କପଡ଼ା ଦୋକାନଗୁଡ଼ିକରେ ଗ୍ରାହକଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ, ସହରର ମୁଖ୍ୟ ରାସ୍ତାରେ ଥିବା ସାଜସଜ୍ଜା ଦୋକାନ, ବୈଦ୍ୟୁତିକ ସାଜସଜ୍ଜା ଦୋକାନରେ ମହିଳାମାନଙ୍କ ଭିଡ଼ ଦେଖିବାକୁ ମିଳୁଛି। ଧନତେରାସ୍ ଆଉ ମାତ୍ର ଦୁଇ ଦିନ ବାକି ଥିବାରୁ, ବଜାରଗୁଡ଼ିକ ମଧ୍ୟ ଧନତେରାସ୍ ପଦାର୍ଥ କିଣିବା ପାଇଁ ଭିଡ଼ ଦେଖିବାକୁ ମିଳୁଛି। ଧନତେରାସ୍ ପାଇଁ ସୁନା ଦୋକାନ, କପଡ଼ା ଦୋକାନ, ବାସନକୁସନ ଦୋକାନ ସଜାଯାଉଛି। ଆଜି ସହରର ଡେଲି ମାର୍କେଟ୍, ଟ୍ରାଫିକ୍ ମାର୍କେଟ୍, ବାସନ୍ତୀ ମାର୍କେଟ୍, ଛେଣ୍ଡ ମାର୍କେଟ୍, ଇସ୍ପାତ ମାର୍କେଟ୍, ଆମବାଗାନ୍ ମାର୍କେଟ୍, ପାନପୋଷ ମାର୍କେଟ୍, ତରକେରା ଦେଓଗାଁ ମାର୍କେଟରେ ମଧ୍ୟ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଏଥର ଦୋକାନୀମାନେ ଛତିଶଗଡ଼ର ରାୟପୁର ଏବଂ ପଶ୍ଚିମବଙ୍ଗର କୋଲକାତାରୁ ଅଧିକ ସାଜସଜ୍ଜା ସାମଗ୍ରୀ, ବୈଦ୍ୟୁତିକ ସାମଗ୍ରୀ ଏବଂ ରଙ୍ଗୀନ ଏଲ୍ଇଡି ଆଲୋକ ଆଣି ନିଜ ଦୋକାନରେ ବିକ୍ରି କରୁଛନ୍ତି। ଅନ୍ୟପକ୍ଷରେ ଗଣେଶ ଏବଂ ଲକ୍ଷ୍ମୀ ମୂର୍ତ୍ତି ବିକ୍ରୟ କରୁଥିବା ଦୋକାନଗୁଡ଼ିକରେ ମଧ୍ୟ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳୁଛି।

ReplyForwardAdd reaction |