ପାପଡାହାଣ୍ଡି ତା 12.2.2026:(ଉତ୍କଳ ସମାଚାର)ରିଖଦିନ ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଲକ ସଦର ମହକୁମା ଠାରେ ନିର୍ମାଣ ଶ୍ରମିକ ଓ କୃଷକ ୟୁନିଉନ ମିଶି ପାପଡାହାଣ୍ଡି ଠାରେ ବନ୍ଦ ପାଳନ କରିଛନ୍ତି. ଏହି ବନ୍ଦ ଦ୍ୱାରା ସ୍କୁଲ, କଲେଜ, ବେଙ୍କ, ବିଓ ଅଫିସ, ପୋଷ୍ଟ ଅଫିସ ସମସ୍ତ ଦୋକାନ ବଜାର ବନ୍ଦ ରହିଛିଏହି ଭାରତ ବନ୍ଦ ଆନ୍ଦୋଳନ ରେ କୃଷକ ବ୍ଲକ ସଭାପତି ସେକ ଅଜିର ହୁସେନ ଓ ୟୁ ଟି ଡ଼ ବ୍ଲୁ ସଭାପତି ରାଜକିଶୋର ରାଓ, ନିର୍ମାଣ ଶ୍ରମିକ ସଙ୍ଘ ସଭାପତି ନରସିଂହ ନାୟକ, ବବୁଲୁ ଖାନ, ଜାଡ଼େଶ୍ୱର ରାଓ ଓ ଅନ୍ୟ ସଂଗଠନ ର କାର୍ଯ୍ୟକର୍ତା ମାନେ ସହଯୋଗ କରିଥିଲେ ଓ ପାପଡାହାଣ୍ଡି ପୋଲିସ ପକ୍ଷରୁ ପୁରା ଟିମ ଶାନ୍ତି ଶୃଙ୍ଖଳା ପାଇଁ ବନ୍ଦବସ୍ତକରିଛନ୍ତି

