କେନ୍ଦୁଝର,22//2,(ଉତ୍କଳ ସମାଚାର) କେନ୍ଦୁଝର ପୌରପାଳିକା ଅନ୍ତର୍ଗତ ତୁଳସୀପୁର ଠାରେ ଦେଶାଉଲି ସେବାଟ୍ରଷ୍ଟ ପକ୍ଷରୁ ମାଗେ ପରବ ଉଦଯାପିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୁବ ସାମ୍ବାଦିକ ବ୍ରଜକିଶୋର ରାୟ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ଏସଡିସି ଚେୟାରମ୍ୟାନ ରାମରାଇ ମୁନ୍ଦୀୟା, ସମ୍ମାନିତ ଅତିଥି ଭାବେ ବିଜେପି ନେତା ଅଜୟ ପାତ୍ର,ଜିଲ୍ଲା ପରିଷଦ ସଦସ୍ୟ ରଥ ମୁଣ୍ଡା,ବଲକୃଷ୍ଣ ହୋ, ସତ୍ୟ ଲାଗୁରି,ସଞ୍ଜୟ ଜାମୁଦା ଯୋଗଦେଇ ଏହି ମାଗେ ପରବ ର ପରମ୍ପରା ଏବଂ ବିଶେଷତ୍ୱ ସମ୍ପର୍କରେ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇଥିଲେ। ପାରମ୍ପରିକ ବାଦ୍ୟ ବଜାଇ ନାଚିନାଚି ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ ଦେଶାଉଲି ସେବାଟ୍ରଷ୍ଟର କର୍ମକର୍ତ୍ତା ତଥା “ହୋ” ସମ୍ପ୍ରଦାୟର ଭାଇ ଭଉଣୀ ମାନେ।ମୁଖ୍ୟ ଅତିଥି ସାମ୍ବାଦିକ ରାୟ ବକ୍ତବ୍ୟରେ କହିଥିଲେ ଜନଜାତି ବର୍ଗ ଆଉ ପଛେଇ ରହିବେ ନାହିଁ। ଭାରତକୁ ବିଶ୍ୱରେ ସର୍ବଶ୍ରେଷ୍ଟ କରିବାରେ ଜନଜାତିଙ୍କ ଭୂମିକା ପ୍ରମୁଖ ରହିଛି। କାରଣ ଏବେ ଜନଜାତି ର ଜଣେ ଝିଅ ଆଜି ରାଷ୍ଟ୍ରପତି ଭାବେ ଭାରତର ନେତୃତ୍ୱ ନେଉଛନ୍ତି। ସେହିଭଳି ଆଉଜଣେ ଜନଜାତିର ପୁଅ ଓଡିଶାର ମୁଖ୍ୟମନ୍ତ୍ରୀ ହୋଇ ଓଡିଶା ବାସୀଙ୍କ ସେବକ ଭାବେ କାର୍ଯ୍ୟ କରୁଛନ୍ତି। ମୁଖ୍ୟ ବକ୍ତା ରାମରାଇ ମୁନ୍ଦୀୟା କହିଥିଲେ ‘ହୋ’ ଭାଷାକୁ ସରକାରଙ୍କ ମାନ୍ୟତା ପାଇଁ ଦେଶର ଗୃହ ମନ୍ତ୍ରୀ ଅମିତ ସାହା ଙ୍କ ନିର୍ଦେଶ କ୍ରମେ ଏକ ସବ କମିଟି ଗଠନ ହୋଇଛି ଯାହା ଏହି ଭାଷାକୁ ମାନ୍ୟତା ପାଇବାର ଆଶାକୁ ଆଲୋକିତ କରିଛି ଏଣୁ “ହୋ” ସମ୍ପ୍ରଦାୟର ଭାଇ ଭଉଣୀ ମାନେ ନିଶ୍ଚିତ ତାଙ୍କର ସମ୍ମାନ ପାଇବେ।ଏହି ପରମ୍ପରା ତଥା ସଂସ୍କୃତିକୁ ଉଦଜୀବିତ କରି ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ରହିବା ଆବଶ୍ୟକ ବୋଲି କହିଥିଲେ। ପରିଶେଷରେ ଉପସ୍ଥିତ “ହୋ” ସମ୍ପ୍ରଦାୟର ଭାଇ ଭଉଣୀ ମାନଙ୍କ ସହିତ ପାମ୍ପରିକ ନୃତ୍ୟ ସହିତ ଉତ୍ସବର ଆନନ୍ଦ ନେଇଥିଲେ ଅତିଥିମାନେ। ଏହି ଉତ୍ସବରେ ଦେଶାଉଲି ସେବାଟ୍ରଷ୍ଟ ର ସଭାପତି ରାଜକିଶୋର ସୁମ୍ବୁରୁଇ,ରମେଶ ମୁଣ୍ଡା,ଗୁରୁ ମହାନ୍ତ, ପ୍ରଳୟ ଦାସ, କିଶୋର ମୁଣ୍ଡା,ତୁତୀ ମୁଣ୍ଡା ନେତୃତ୍ୱ ନେଇଥିବା ବେଳେ ସହଯୋଗୀ ଭାବେ କିଶୋର ପଟ୍ଟନାୟକ,ଫକୀର ମୁଣ୍ଡା,ଟୁନୁ ମୁଣ୍ଡା,ମଧୁ ମୁଣ୍ଡା ତଥା ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
