ରାଉରକେଲା:23//2,(ଉତ୍କଳ ସମାଚାର) ହମିରପୁର ସ୍ଥିତ ରାମକୃଷ୍ଣ ମିଶନ ରେ ଶ୍ରୀ ଶ୍ରୀ ରାମକୃଷ୍ଣ ଦେବ ଙ୍କର ୧୩୧ ତମ ଜନ୍ମ ଦିବସ ଉପଯୁକ୍ତ ମର୍ଯ୍ୟାଦା ସହ ପାଳିତ ହୋଇଯାଇଛି। ଏହି ପବିତ୍ର ଦିନରେ ମଙ୍ଗଳ ଆରତୀ,ବେଦ ଆବୃତ୍ତି,ହୋମ,ଭବନ, ପ୍ରବଚନ, କଥାମୃତ,ପାଠ, ପୁଷ୍ପାଞ୍ଜଳି,ଭୋଗ ଓ ପ୍ରସାଦ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାୟ ଚାରିଶହ ଶ୍ରଦ୍ଧାଳୁ ଭକ୍ତ ଯୋଗଦାନ କରିଥିଲେ। ସନ୍ଧ୍ୟାରେ ବିଶେଷ ସନ୍ଧ୍ୟା ଆଳତି ଓ ରାମକୃଷ୍ଣ ସଂକୀର୍ତ୍ତନ ହୋଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମ ଅଧ୍ୟକ୍ଷ ସ୍ବାମୀ ଦିବ୍ୟ ସ୍ବରୁପାନନ୍ଦ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଜନ୍ମଦିନ ପୂର୍ବରୁ ଓ ପରଦିନ ଅଭାବି ଲୋକମାନଙ୍କୁ ମହାରାଜ ପ୍ରାୟ ଚାରିଶହ କମ୍ବଳ ବିତରଣ କରିଥିଲେ।

