ରାଉରକେଲା:24//2,(ଉତ୍କଳ ସମାଚାର) : ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଏବଂ ଓଡିଶା ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନରେ ଥିବା ଓରମାସ ର ମିଳିତ ଆନୁକୁଲ୍ୟରେ ଚଳିତ ମାସ ୨୭ ରୁ ସରସ ସ୍ବଦେଶୀ ମେଳା ଆରମ୍ଭ ହେବl ଏହା ମାର୍ଚ୍ଚ ୯ ତାରିଖ ଯାଏ ଚାଲିବ l ସୁନ୍ଦରଗଡ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ଏହା ସୂଚନା ଦେଇଛନ୍ତି l ଏମସି ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ସେ କହିଛନ୍ତି ଯେ ଏହି ଜାତୀୟ ସ୍ତରୀୟ ମେଳାରେ ଦେଶର ବିଭିନ୍ନ ପ୍ରଦେଶର ସ୍ବତନ୍ତ୍ର ସାମଗ୍ରୀର ପ୍ରଦର୍ଶନ କରାଯିବ l ସେକ୍ଟର ୧୩ ର ମେଲଣ ପଡିଆରେ ପାଖାପାଖି ୩୮୦ ଷ୍ଟଲ ଲାଗିବ l ଦେଶର ସ୍ବୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀ ମାନେ ଅଂଶ ଗ୍ରହଣ କରିବେ l ଉତ୍ତର ପ୍ରଦେଶର ଲୁହା କାମ, ଆସାମ ତ୍ରିପୁରା ର ବେତ ଓ ବାଉଁଶ, କାଶ୍ମିରର ପଶମ ବସ୍ତ୍ର, ପଶ୍ଚିମ ବଂଗର ଝୋଟ ପ୍ରସ୍ତୁତି ସାମଗ୍ରୀର ପ୍ରଦର୍ଶନ ତଥା ବିକ୍ରୟ କରିବାର ଏକ ସୁଯୋଗ ପ୍ରଦାନ କରିବ l ମେଳାରେ ଓଡିଶାର ସାମଗ୍ରୀର ସ୍ବତନ୍ତ୍ର ସ୍ଥାନ ଦିଆଯିବ l ଓଡିଶାର ଟେରାକୋଟା, ଜନଜାତି ଅଳଙ୍କାର କେନ୍ଦୁଝରୀ ଫୁଲ ବଡି, ଶୁଖୁଆ ମସଲା ଇତ୍ୟାଦିର ପ୍ରଦର୍ଶନ କରାଯିବ l ଏହା ବ୍ୟତୀତ ପ୍ରତିଦିନ ସ୍କାଂକତିକ ସଂଧ୍ୟା ର ଆୟୋଜନ କରାଯିବ l ଆଜି ଏହି ସାମ୍ବାଦିକ ସମ୍ମିଳନୀ ରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ସୁଶ୍ରୀ ଦୀନା ଦସ୍ତଗୀର , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ସୁରଂଜନ ସାହୁ, ପାନପୋଷ ଉପ ଜିଲ୍ଲାପାଳ ବିଜୟ ନାୟକ ଉପସ୍ଥିତ ଥିଲେ l

