ପାପଡାହାଣ୍ଡି, 24:2:26-(ଉତ୍କଳ ସମାଚାର)ଆଜି ଦିନ 11:00 ଟା ସମୟରେ ପାପଡାହାଣ୍ଡି ବସଷ୍ଟାଣ୍ଡ ନିକଟରେ ମନୋହରି ଦୋକାନ କରିଥିବା ଗ୍ରାମର ଜଣେ ଵୃଦ୍ଧା ପାର୍ବତୀ ବେହେରା ଙ୍କ କାଠ କେବିନ ଦୋକାନ ଆଜି ବନ୍ଦ ଥିବା ସମୟରେ ନିଆ ଲାଗିଯାଇଥିଲା ଏବଂ ସମସ୍ତ ସାମଗ୍ରୀ ପୋଡିଯାଇଛି ଏବଂ ପ୍ଲାଷ୍ଟିକ ସାମଗ୍ରୀ ନିଆର ଗରମ ରେ ତରଳି ଯାଇଛି,ନିଆ ଲାଗିଥିବା ଦେଖି ଗୃହରକ୍ଷୀ ଏ.ମହେଶ କୁମାର , ଲଖଣ ନାୟକ, ଦିଲୁ ,ମନ ନାୟକ, ରାଜକିଶୋର ରାଓ,ନିକଟସ୍ଥ କିଛି ଦୋକାନୀ, ଅଟୋ ଚାଳକ,ରାସ୍ତା ର ପଥିକ ବାଲ୍ଟି ରେ ପାଣି ଆଣି ଲିଭାଇବା ପାଇଁ ଚେଷ୍ଟା କରିଥିଲେ, ଖବର ପାଇ ପାପଡାହାଣ୍ଡି ଦମକଳ ବାହିନୀ ତୁରନ୍ତ ପହଞ୍ଚି ଜଳୁଥିବା ନିଆ କୁ ଆୟତ୍ତ କରିଥିଲେ, କେହି ଦୃବୃତ୍ତ ତାଙ୍କ ଦୋକାନ ପଛ ପାଖରେ ଥିବା ଆଳିଆ ଗଦାରେ ନିଆ ଲଗାଇ ଦେବାରୁ ସେହି ନିଆ ରେ କେବିନ ପୋଡ଼ିଯାଇଛି ବୋଲି ଦୋକାନୀ ପାର୍ବତୀ ବେହେରା କାନ୍ଦି କାନ୍ଦି ପ୍ରକାଶ କରିଛନ୍ତି, କିଛି ଦିନ ପୂର୍ବରୁ କେବିନ ପଟା ଭାଙ୍ଗି ଚୋରି ହୋଇଥିବା ଏବଂ ସେ ବର୍ତମାନ ଧାର କରଜ କରି ଦୋକାନ କରିଥବା କହିଛନ୍ତି, ସେ ଅତ୍ୟନ୍ତ ଗରିବ ହୋଇ ଥିବାରୁ ପ୍ରଶାସନ କିଛି ଆର୍ଥିକ ସହାୟତା ପ୍ରଦାନ କରିବାକୁ ଅଂଚଳ ବାସିଙ୍କ ତରଫରୁ ଦାବି ହୋଇଛି l

