ନବରଙ୍ଗପୁର:24//2,(ଉତ୍କଳ ସମାଚାର) ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁରର ବ୍ୟବସାୟୀ ଙ୍କ ଘରେ କଳା ମୁଖା ପିନ୍ଧା ଡକାୟତ ଙ୍କ ରାତି ଅଧରେ ଲୁଟ । ମୈଦଲପୁର ସଦର ଥାନା ଅନ୍ତର୍ଗତ କାଶୀନାଥ ଗୁପ୍ତା ନାମକ ଏକ ବ୍ୟବସାୟୀ ଙ୍କ ଲୁଟ । ଗତକାଲି ବିଳମ୍ବିତ ରାତିରେ ମୈଦଲପୁରର ବ୍ୟବସାୟୀ କାଶୀନାଥ ଗୁପ୍ତା ଓ ତାଙ୍କ ପୁଅ ବିକାଶ ଗୁପ୍ତା ଘରେ ଶୋଇଥିବା ବେଳେ ମୁଖ୍ୟ ପାଚେରୀ ଡେଇଁ ୬ରୁ ୭ ଜଣ ମୁଖା ପିନ୍ଧା ଦୁର୍ବୁର୍ତ୍ତ ହାତ ରେ ଛୁରୀ, ଭୁଜାଲି ସହ ଲୁହାର ରଡ ସହ ଅନ୍ୟ ମାରଣାସ୍ତ୍ର ଧରି ଘର ଭିତରକୁ ଧସେଇ ପଶି ଘରେ ଉପସ୍ଥିତ ଥିବା ଉଭୟ ବାପା କାଶୀନାଥ ଗୁପ୍ତା ଓ ପୁଅ ବିକାଶ ଗୁପ୍ତା ଙ୍କ ବେକରେ ଛୁରୀ ରଖି ଜୀବନ ରେ ମାରି ଦେବାକୁ ଧମକ ଦେଇଥିଲେ । ଏବଂ ଘର ର ଟଙ୍କା ସୁନା ଅଳଙ୍କାର ଦେବାକୁ ଧମକ ଦେଇଥିଲେ ଏବଂ ଘରେ ଥିବା ଆଲମୀରା ଭାଙ୍ଗି ୨ ଲକ୍ଷ ୫୦ ହଜାର ଟଙ୍କା , ୫ ତୁଳା ଓଜନ ର ସୁନା ଅଳଙ୍କାର, ସୁନା ମୁଦି ସହ ଏକ କିଲୋ ରୁପା ଡକାୟତ କରିଥିଲେ । ଏନେଇ କାଶୀନାଥ ମୈଦଲପୁର ପୋଲିସ କୁ ଜଣାଇବା ପରେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଓ ପୋଲିସ ତଦନ୍ତ ଆରମ୍ଭ କରିଛି
