ପାପଡାହାଣ୍ଡି, 24/02,(ଉତ୍କଳ ସମାଚାର)ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସରକାରୀ ବାମନଦେଇଗୁଡା ବିଦ୍ୟାଳୟ ର ଛାତ୍ରୀ ସୁଲଗ୍ନା ଦାସ ବୃତ୍ତି ପରୀକ୍ଷା ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି. ବର୍ତ୍ତମାନ ସେ ଜବାହର ନବୋଦୟ ବିଦ୍ୟାଳୟ ଖାତିଗୁଡା ଠାରେ ଷଷ୍ଟ ଶ୍ରେଣୀ ରେ ଅଧ୍ୟୟନ କରୁଛନ୍ତି. ସୁଲଗ୍ନା ଜଣେ ମେଧାବୀ ଛାତ୍ରୀ ସେ ତୃତୀୟ ଶ୍ରେଣୀ ପାଠ ପଡିବା ସମସ୍ୟରେ ବୃତ୍ତି ପରୀକ୍ଷା ରେ ବ୍ଲକ ର ପ୍ରଥମ ସ୍ଥାନ ଅଧିକାର କରିଥିଲେ.ବ୍ଲକ ସ୍ତରରେ ଅନ୍ୟାନ ପ୍ରତିଯୋଗୀତା ସୁରଭି,ରାଷ୍ଟ୍ରୀୟ ଅଭିସ୍କାର ଅଭିଯାନ ରେ ଅଂଶ ଗ୍ରହଣ କରି ସେଥିରେ ମଧ୍ୟ ବ୍ଲକ ପାଇ ଗୌରବ ଅର୍ଜନ କରିଛନ୍ତି.ଏହି ବୃତ୍ତି ପରୀକ୍ଷା ରେ ବ୍ଲକ ପ୍ରଥମ ସ୍ଥାନ ଅଧିକାର କରିବା ପରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ମା ସ୍ନେହଳତା ସାମନ୍ତରାୟ ଓ ବାପା ଅଜିତ କୁମାର ଦାସ ଓ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କୁ ଶ୍ରେୟ ଦେଇଛନ୍ତି. ଭବିଷ୍ୟତ ରେ ସେ ଡାକ୍ତରୀ ପାଠ ପଡିବା ପରେ ଡାକ୍ତର ଭାବେ ଗରିବ ଅସହାୟ କୁ ମାଗଣା ସେବା ଦେବା ର ଲକ୍ଷ ରଖିଛନ୍ତି.

