ପାପଡ଼ାହାଣ୍ଡି,28//02:(ଉତ୍କଳ ସମାଚାର)(ଇମିସ): ପାପଡ଼ାହାଣ୍ଡି ବ୍ଳକ ଲାଇବାନପଦର ସରକାରୀ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଊତ୍ସବ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ କ୍ଷେମା ଗରଡା ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ ସମ୍ମାନିତ ଅତିଥିଭାବେ ବ୍ଲକ ଉପାଧ୍ଯକ୍ଷ ସୁଶାନ୍ତ କୁମାର ବେହେରା, ପୋଣ୍ଡିକୋଟ ସରପଞ୍ଚ ବାବୁଲା ଭତରା, ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ନିବେଦତା ବିଶ୍ୱାଳ ଅତିରିକ୍ତ ମଙ୍ଗଳ ଅଧିକାରୀ ଭାରତ ଚନ୍ଦ୍ର ସାହୁ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦେବବ୍ର ବ୍ରତ ପରିଡ଼ା, ହରିଶ୍ଚନ୍ଦ୍ର ପାଣିଗ୍ରାହୀ,ମଞ୍ଚାସିନ ହୋଇଥିଲେ |ପ୍ରଧାନଶିକ୍ଷକ କ୍ଷେମା ଗରଡା ବାର୍ଷିକ ବିବରଣୀ ପାଠ କରିଥିଲେ। ଅତିଥିମାନେ ଭଲ ପାଠ ପଢ଼ିବା ସହ ଖେଳକୁଦରେ ନିଜ ବିଦ୍ୟାଳୟ ସହ ଜିଲ୍ଲାର ନାମ ରଖିବାକୁ କହିଥିଲେ |ଏହା ପରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା | ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପାଣି ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ରଞ୍ଜନ କୁମାର ଗୌଡ଼, ରଶ୍ମିତା ପୃଷ୍ଟି, ଜଗନ୍ନାଥ ଭତରା, ମେଟ୍ରୋନ ବବିତା ପତି ପ୍ରମୁଖ ସହଯୋଗ କରିଥିଲେ |

