ରାଉରକେଲା:28//2,(ଉତ୍କଳ ସମାଚାର) ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଏବଂ ଓଡିଶା ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନରେ ଥିବା ଓରମାସର ମିଳିତ ଆନୁକୁଲ୍ୟରେ ରାଉରକେଲା ସେକ୍ଟର-୧୩ ମେଳନ ପଡିଆରେ ଆଜି ଜାତୀୟସ୍ତରୀୟ ସରସ ସ୍ବଦେଶୀ ମେଳା ଶୁଭାରମ୍ଭ ହୋଇଯାଇଛି। ଏହା ମାର୍ଚ୍ଚ ୯ ତାରିଖ ପର୍ଯନ୍ତ ଚାଲିବ। ଏହି ଜାତୀୟସ୍ତରୀୟ ସରସ ସ୍ବଦେଶୀ ମେଳାର ଉଦ୍ଘାଟନ କରିଥିଲେ ମୁଖ୍ଯ ଅତିଥି ତଥା ଓଡିଶା ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇ। ସରସ ସ୍ବଦେଶୀ ମେଳାର ଆନୁଷ୍ଠାନିକ ଉଦ୍ଘାଟନ ସମୟରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ସୁନ୍ଦରଗଡ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର, ପିଡିଡିଆରଡିଏ ସୁରଞ୍ଜନ ସାହୁ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଦୀନାଃ ଦସ୍ତଗୀର୍, ଆଇଏଏସ୍ ଶିକ୍ଷାନବୀସ ଫାବି ରସିଦ୍, ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ, ରାଉରକେଲା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ସୀମା ଫାତିମା ଏକ୍କା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟ ଅତିଥି କହିଥିଲେ ଯେ, ସ୍ବଦେଶୀ କେବଳ ଆନ୍ଦୋଳନ ନୁହେଁ ଏହା ଏକ ଆହ୍ବାନ l ସ୍ବଦେଶୀ ଜିନିଷ କିଣିବା ବ୍ୟବହାର କରିବା ଦ୍ବାରା ଗାଁର ଲୋକଙ୍କର ରୋଜଗାର ବଢିବ l କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଭରଚୁଆଲ ମାଧ୍ୟମରେ ଯୋଗଦାନ କରି ସରସ ସ୍ବଦେଶୀ ମେଳାର ସଫଳତା କାମନା ଓ ଶୁଭେଛା ଜଣାଇଥିଲେ l ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସହରର ଜନସାଧାରଣ ମେଳାର ସୁଯୋଗ ନିଶ୍ଚୟ ନେବେ l ସ୍ବଦେଶୀ ଗ୍ରହଣ କରିବା ଓ ଆତ୍ମ ନିର୍ଭର ଦେଶ ଗଠନରେ ସହାୟକ ହେବା ପାଇଁ ଆହ୍ବାନ ଦେଇଥିଲେ। ଏହି ଅବସରରେ ସ୍ବଦେଶୀ ଜାଗରଣ ମଂଚର ରାଜ୍ୟ ଆବାହକ ରମାକାନ୍ତ ପାତ୍ର , ସୁନ୍ଦରଗଡ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ,ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ସୁଶ୍ରୀ ଦୀନା ଦସ୍ତଗୀର, ଆଇଏସ ଶିକ୍ଷାନବୀସ ଫାବି ରସିଦ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତଥା ଜିଲ୍ଲା ପରିଷଦ ସୁରଂଜନ ସାହୁ ମେଳାର ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ l ପାନପୋଷ ଉପ ଜିଲ୍ଲାପାଳ ବିଜୟ ନାୟକ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଥିଲା l ରାଉରକେଲା ସେକ୍ଟର-୧୩ର ମେଲଣ ପଡିଆରେ ଏହି ସରସ ସ୍ବଦେଶୀ ମେଳାରେ ଓଡିଶାରୁ ୧୨୭ଟି ଷ୍ଟଲ ଓ ଅନ୍ୟାନ୍ୟ ରାଜ୍ୟରୁ ୪୮ଟି ଷ୍ଟଲ ସହିତ ସ୍ବଦେଶୀ ଜାଗରଣ ମଂଚ ପକ୍ଷରୁ ୧୫୦ଟି ଷ୍ଟଲ ଲାଗିଛିl

