ପାପଡାହାଣ୍ଡି:1//3,(ଉତ୍କଳ ସମାଚାର)-ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ମୈଦଳପୁର ଥାନା ରେ ମୈଦଳପୁର ପୋଲିସ 27:2:26 ଶୁକ୍ରବାର ଦିନ ସନ୍ଧ୍ୟାରେ ପେଟ୍ରାଲିଂ କରୁଥିବା ବେଳେ ଏନ ଏଚ୍ ୨୬ କୁ ଲାଗିକି ରହିଥିବା ସେମଳା ଜଙ୍ଗଲ ଭିତରେ କିଛି ଦୁର୍ବୃତ ଲୁଚି ରହିଥିବା ପୋଲିସ କୁ ଖବର ମିଳିଥିଲା। ଖବର ପାଇଁ ସେମଳା ଜଙ୍ଗଲ ଭିତରେ ପୋଲିସ ଚଢାଉ କରି ଲୁଚି ରହିଥିବା ୫ ଜଣ ଦୁର୍ଵୁତ ମାନଙ୍କୁ ଧରି ଥିବାଵେଳେ ଆଉ କିଛି ଦୁର୍ବୃତ କେଉଁ ଆଡେ ଚମ୍ପଟ ମାରିଥିଲେ ! ଦୁର୍ଵୁର୍ତ ମାନଙ୍କ ବ୍ୟବହାର କରୁଥିବା ଏକ ବୋଲେର ଗାଡି ମଟରସାଇକେଲ ସମେତ ବିଭିନ୍ନ ମାରଣାସ୍ତ୍ର ଛୁରି ଖଣ୍ଡା ,ଭୁଜାଲି ୬ ଟି ମୋବାଇଲ କୁ ଜଵତ କରିଛି ପୋଲିସ । ଧରା ପଡ଼ିଥିବା ୫ ଜଣ ଦୁର୍ବୃତ ଙ୍କୁ ମୈଦଲପୁର ଥାନା ରେ ଅଟକ ରଖି ପଚରାଉଚରା କରିବା ପରେ ଦୁର୍ବୃତ ମାନେ ମୈଦଳପୁର ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ଘରେ ଚୋରି ଡକାୟତି କରିବା ପାଇଁ ଯୋଜନା କରିଥିବା ସ୍ଵିକାର କରିଛନ୍ତି । ମୈଦଲପୁର ଥାନା କେସ ନମ୍ଵର -୨୩/୨୬ ତା – ୨୭/୦୨/୨୦୨୬ ରିଖ ରେ ଇଉ/ଏସ୍ ୩୧୦(୪),୩୧୦(୫) ,୧୧୧(୪) ,୨୭ ଅସ୍ତ୍ରଶସ୍ତ୍ର ଏକ୍ଟ ରେ କୋର୍ଟ ଚାଲାଣ କରାଯିବ ବୋଲିି ମୈଦଲପୁର ଥାନା ପରିସରରେ ଆଜି ନବରଙ୍ଗପୁର ଜିଲ୍ଲା ଅତରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଆଦିତ୍ୟ ସେନ୍ ଏକ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି।

