ସମ୍ବଲପୁର,୦୨/୦୩(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ବିଶ୍ୱବିଦ୍ୟାଳୟ ଜ୍ୟୋତି ବିହାର ବୁର୍ଲା ଠାରେ ଏନ୍ ଏସ ଏସ ପକ୍ଷରୁ ବିକଶିତ ଭାରତ ୟୁଥ୍ ପାର୍ଲିଆମେଣ୍ଟ ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଅନ୍ତର୍ଗତ ବିଭିନ୍ନ ମହାବିଦ୍ୟାଳୟ ର ୫୦ ରୁ ଉର୍ଦ୍ଧ୍ବ ଏନ୍ ଏସ ଏସ ସ୍ବେଚ୍ଛାସେବୀ ଯୋଗଦାନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର କୁଳସଚିବ ପ୍ରଫେସର ପ୍ରଦୀପ କୁମାର ନାଏକ, ଅନ୍ୟାନ୍ୟ ସମ୍ମାନିତ ଅତିଥି ଭାବରେ ବାୟୋଟେକ୍ନୋଲୋଜି ବିଭାଗର ମୁଖ୍ୟ ପ୍ରୋ. ଏ କେ ପଟେଲ, ଆଇନ ବିଭାଗର ମୁଖ୍ୟ ପ୍ରୋ. ମୀନକେତନ ସାହୁ, କାର୍ଯ୍ୟକ୍ରମର ଜୁରି ମେମ୍ବର ଇଂରାଜୀ ବିଭାଗର ଡ. ଅଜିତ କୁମାର କୁଳୁ, କଳାପାଣି ମହାବିଦ୍ୟାଳୟ ରାଜନୀତି ବିଜ୍ଞାନର ଅଧ୍ୟାପକ ମୋହନ୍ ସାହୁ, ଓଷ୍ଟା ର ପୂର୍ବତନ ସମ୍ପାଦକ ରାଜେନ୍ଦ୍ର ପଣ୍ଡା, ସମ୍ବଲପୁର ମୋ ଭାରତ ର ପ୍ରତିନିଧି ପ୍ରୟାସ ପଣ୍ଡା, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏନ୍ ଏସ ଏସ କାର୍ଯ୍ୟକ୍ରମ ସଂଯୋଜକ ଡ ବିରେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

