ରାଉରକେଲା ୬/୩,(ଉତ୍କଳ ସମାଚାର)ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ କୁଲୁଙ୍ଗାରେ ଜଣେ ଅଜଣା ଯୁବତୀର ଶବ ମିଳିବା ପରେ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା। ଯୁବତୀଙ୍କୁ ହତ୍ଯା କରାଯାଇଥିବା ସନ୍ଦେହ କରି ସ୍ଥାନୀୟ ଲୋକେ ବ୍ରାହ୍ମଣୀତରଙ୍ଗ ଥାନାକୁ ଖବର ଦେବା ପରେ, ପୋଲିସ୍ ସେଠାରେ ପହଞ୍ଚି ଯୁବତୀର ଶବକୁ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଅଧିନସ୍ଥ ଆଜି ସକାଳେ ଏକ ଯୁବତୀର ଶବ ମିଳିବା ପରେ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ବ୍ରାହ୍ମଣୀତରଙ୍ଗ ଥାନାକୁ ସୂଚନା ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ହତ୍ଯା କରାଯାଇଥିବା ସନ୍ଦେହ କରି ପୋଷ୍ଟମର୍ଟମ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି। ପୋଲିସ୍ ପକ୍ଷରୁ ସନ୍ଦେହ କରାଯାଉଛି ଯେ ଯୁବତୀଙ୍କୁ ସେଠାରେ ହତ୍ଯା କରାଯାଇଛି ନାଁ, ଅନ୍ଯ କେଉଁଠାରୁ ହତ୍ଯା କରି ସେଠାରେ ଫିଙ୍ଗି ଦିଆଯାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହତ୍ଯା ଘଟଣାର ରହସ୍ଯ ଜଣାପଡିବ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି। ପ୍ରାଥମିକ ତଦନ୍ତ ରିପୋର୍ଟ ମିଳିବା ପରେ ଯୁବତୀଙ୍କ ହତ୍ଯା ରହସ୍ୟ ଜଣାପଡିବ। ଯୁବତୀଙ୍କ ପରିଚୟ ମିଳିପାରିନାହିଁ।

