ରାଉରକେଲା:7//3,(ଉତ୍କଳ ସମାଚାର) ସମ୍ପ୍ରତି ରାଜ୍ୟ ରେ ଆଇନ ଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ଉଦବେଗ ଜନକ ଅବସ୍ଥା ରେ ପହଞ୍ଚି ଥିବା ବେଳେ ସରକାରଙ୍କ ଟେଟ୍ରା ପ୍ୟାକ୍ ମଦ ପ୍ରଚଳନ ନିଷ୍ପତ୍ତି ରାଜ୍ୟବାସୀ ଙ୍କୁ ଏହା ଶଙ୍କାଗ୍ରସ୍ତ କରିଛି। ନାରୀ ଓ ଶିଶୁ ନିର୍ଯାତନା ରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଏହି ନିଷ୍ପତ୍ତି ଯେ ଛାତ୍ର ଯୁବକ ମାନଙ୍କୁ ଚରମ ଅଧୋପତନ ଦିଗକୁ ଠେଲି ନେବ ଏବଂ ମହିଳା ମାନଙ୍କ ଉପରେ ଅତ୍ୟାଚାର ବହୁଗୁଣିତ ହେବ ଏଥିରେ ସନ୍ଦେହ ନାହିଁ । ଏଣୁ ଏ ଆଇ ଏମ୍ ଏସ ଏସ ଓଡ଼ିଶା ରାଜ୍ୟ କମିଟି ୬ ମାର୍ଚ୍ଚ ରାଜ୍ୟ ବ୍ୟାପି ପ୍ରତିବାଦ ଦିବସ ପାଳନ କରିବାକୁ ଆହ୍ବାନ ଦେଇଥିଲା । ଏହି ପରିପ୍ରେକ୍ଷୀରେ ଆଜି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖରେ ଏକ ବିକ୍ଷୋଭ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି। ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ସୁନ୍ଦରଗଡ ଜିଲ୍ଲା କମିଟି ର ସଭାନେତ୍ରୀ ଲିଅନି ତିର୍କି, ସମ୍ପାଦିକା ବିଦ୍ୟୁତ୍ ମହାନ୍ତ,ଲିଲି ମହାନ୍ତି ,ସୂର୍ଯ୍ୟକାନ୍ତୀ ପାତ୍ର, ଲଳିତା ଲାକ୍ରା ଙ୍କ ସମେତ ବହୁ ମହିଳା ଆଜି ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଯାଇ ଟେଟ୍ରା ପ୍ୟାକ୍ ମଦ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ମହିଳା ମାନଙ୍କ ସୁରକ୍ଷା ,ମଦ କୁ ନିଷିଦ୍ଧ କରିବା ,ନାରୀ ନିର୍ଯ୍ୟାତନାକାରୀ ଙ୍କୁ ତୁରନ୍ତ କଠୋର ଶାସ୍ତି ଦେବା ଆଦି ଦାବି ଗୁଡ଼ିକ ପୂରଣ ନ ହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ଗଢି ତୋଳିବା ପାଇଁ ସଂଗଠନ ପକ୍ଷରୁ ଆହ୍ବାନ ଦିଆ ଯାଇଛି।

