ପାପଡାହାଣ୍ଡି -9:3:26-(ଉତ୍କଳ ସମାଚାର)ଆଜି ପାପଡାହାଣ୍ଡି ସ୍ଥିତ ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣ ଠାରେ ଶ୍ରୀ ଦୁର୍ଗାଚରଣ ଦାସ ଙ୍କ ସଭାପତିତ୍ୱ ରେ ପାପଡାହାଣ୍ଡି ବରିଷ୍ଠ ନାଗରିକଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଆଜିର ଏହି ବୈଠକ ରେ ପାପଡାହାଣ୍ଡି ବରିଷ୍ଠ ନାଗରିକ ଙ୍କ ଏକ ଅସ୍ଥାୟୀ କମିଟି ଗଠନ ହୋଇଛି ଏବଂ ଆଗାମୀ 5:4:26 ତାରିଖ ଦିନ ଏକ ବୈଠକ ଆୟୋଜନ କରି ନୂତନ ସ୍ଥାୟୀ କମିଟି ଗଠନ କରିବାକୁ ଆଜିର ବୈଠକ ରେ ନିଷ୍ପତି ହୋଇଥିଲା l ଆଜିର ଅସ୍ଥାୟୀ କମିଟି ରେ ଶ୍ରୀ ଇଶ୍ୱର ଚନ୍ଦ୍ର ପଟ୍ଟନାୟକ ଙ୍କୁ ସଭାପତି, ଶ୍ରୀ ବି.ଜଗନମୋହନ ରାଓ ଙ୍କୁ ଉପସଭାପତି, ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ସମ୍ପାଦକ, ଶ୍ରୀ ନରସିଂହ ପାଢ଼ୀ ସହ ସମ୍ପାଦକ, ଶ୍ରୀ ନାରାୟଣ ଚନ୍ଦ୍ର ଗୁରୁ ଏବଂ ଶ୍ରୀ ଦୁର୍ଗାଚରଣ ଦାସ ଙ୍କୁ ଉପଦେଷ୍ଟା, ଶ୍ରୀ ସୁରେଶ ଚନ୍ଦ୍ର ମିଶ୍ର, ପି. ଭେଙ୍କେଟ ରାଓ, ଶ୍ରୀ ସୁବାସ ଚନ୍ଦ୍ର ଚର୍ଚ୍ଚି, ଶ୍ରୀ ବଂଶୀଧର ମହାପାତ୍ର, ଶ୍ରୀ ସଂଜୀବ କୁମାର ପଣ୍ଡା ଙ୍କୁ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଚୟନ କରାଯାଇଛି l

