ସମ୍ବଲପୁର,୧୧/୦୩(ଉତ୍କଳ ସମାଚାର),(ସରୋଜ ସାହୁ):ଦେବା ଦେବୀ ଙ୍କର ପ୍ରତି ଭକ୍ତ ଙ୍କର ଅସ୍ଥା ଅତୁଟ ଥିବା ସ୍ଥଳେ ସମ୍ବଲପୁର ର ସମଲେଶ୍ୱରୀ ମନ୍ଦିର ପରିସରରେ ଯେଉଁ ଦୃଶ୍ୟ ଦୃଷ୍ଟି କୁ ଆସିଛି, ତାହା ନିଶ୍ଚିତ ଭାବରେ ଶ୍ରଦ୍ଧାଳୁ ଙ୍କ ପ୍ରତି କୁଠାରଘାତ କହିଲେ ଅତ୍ୟକ୍ତି ହେବନାହିଁ I ସମ୍ବଲପୁର ର ଇଷ୍ଟଦେବୀ ସମଲେଶ୍ୱରୀ ପରିସର କୁ କୋଟି କୋଟି ଅର୍ଥ ବ୍ୟୟରେ ସୁଶୋଭିତ କରାଯାଇଥିବା ବେଳେ କିଛି ଦୁର୍ବୁତ୍ତ ତଥା ବିଶୃଙ୍ଖଳିତ ବ୍ୟକ୍ତି ଲୋକଙ୍କ ଆସ୍ଥା ସହିତ ଖେଳ ଖେଳୁଥିବା ସହରବାସୀ ଙ୍କୁ ଆଦୌ ହଜମ ହେଉନାହିଁ l ମନ୍ଦିର ପରିସରରେ ଦୀପ ଘରେ କଡରେ ଶହଶହ ସଂଖ୍ୟାରେ ମଦ ବୋତଲ, ମାଂସ କାଟିବା ପାଇଁ ବ୍ୟବହୃତ କାଠ ଗଣ୍ଡି, ମସଲା, ହଳଦୀ ଗୁଣ୍ଡ, ପ୍ୟାକେଟ, ରାନ୍ଧିବା ପାଇଁ ନିର୍ମିତ ଇଟା ର ଚୁଲି, ଖାଲି ପତ୍ର ସବୁ ପଡିରହିଥିବା ବିଷୟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଜିଲ୍ଲା ପ୍ରଶାସନ ଓ ମନ୍ଦିର କତ୍ତୃପକ୍ଷ ଙ୍କ ଭିତରେ ତତ୍ପରତା ପ୍ରକାଶ ପାଇଥିଲା I ମନ୍ଦିର ପରିସର ର ଦୀପ ଘରେ ଦଶହରା ଓ ଚୈତ୍ର ମାସରେ ନବରାତ୍ରି କାଳରେ ହଜାର ସଂଖ୍ୟାରେ ଭକ୍ତ ମାନେ ଦୀପ ଜାଳନ୍ତି l ଆସ୍ଥା ଓ ବିଶ୍ୱାସ ଥାଏ ମାଁ ଙ୍କର କୃପାରୁ ମନସ୍କାମନା ପୂର୍ଣ୍ଣ ହେବ l ହେଲେ, ଦୁର୍ଭାଗ୍ୟ ର ବିଷୟ ଯେ, ସେହି ଦୀପ ଘର କଡରେ ତଥା ଦେବୀ ଙ୍କର ପୂଜା ପାଇଁ ନିଆଯାଉଥିବା ଦହନ ବଗିଚା କଡରେ ହେଉଛି ଏହି ନିଶାଖୋର ଲୋକଙ୍କର ମଉଜ ମସ୍ତି l ଯାହାକି ସେହି ସ୍ଥାନରୁ ଜବତ ହୋଉଥିବା ସାମଗ୍ରୀ ରୁ ସ୍ୱଷ୍ଟ ପ୍ରମାଣିତ ବୋଲି ସାଧନା ର ସମ୍ବଲପୁର ସଭାପତି ସୂର୍ଯ୍ୟ ପାଣିଗ୍ରାହୀ ଏକ ପ୍ରେସ ବିବୃତି ରେ ପ୍ରକାଶ କରିଛନ୍ତି I ଠିକା ସୁରକ୍ଷା କର୍ମୀ ଓ ସଫେଇ କର୍ମଚାରୀ ଥିଲା ସତ୍ୱେ ଏଭଳି ଘୃଣ୍ୟ କାରନାମା ଏତେ ଦିନ ହେଲା କେମିତି ଚାଲିଥିଲା ବୋଲି ଶ୍ରୀ ପାଣିଗ୍ରାହୀ ପ୍ରଶ୍ନ ଉତ୍ଥାପନ କରିଛନ୍ତି l ଏବେ ପ୍ରଶ୍ନ ଉଠୁଛି ଯେ, ସେହି ସମ୍ପୃକ୍ତ ବ୍ୟକ୍ତି ମାନେ କିଏ ? କିନ୍ତୁ ଏହା ମଧ୍ୟ ସ୍ୱଷ୍ଟ ଯେ, ସେମାନେ ନିଶ୍ଚିତ ଭାବରେ ମନ୍ଦିର ସହ ସମ୍ପୂର୍ଣ୍ଣ ଭାବରେ ଜଡିତ ଥିବା ବ୍ୟକ୍ତି lସୂଚନା ଯୋଗ୍ୟ ଯେ ପୋଲିସ ପ୍ରଶାସନ ପକ୍ଷରୁ ପୂଜକ, ସୁରକ୍ଷା କର୍ମୀ, ସଫେଇ କର୍ମଚାରୀ, ମନ୍ଦିର ଟ୍ରଷ୍ଟ ବୋର୍ଡ ର ଏକ ସମନ୍ୱୟ ବୈଠକ କରିଥିଲେ l ସେ ଯାହା ହେଉନା କାହିଁକି, ଏହି ଘଟଣା କୁ ଗମ୍ଭୀରତାର ସହ ନେବା ସହ ସିସି ଟିଭି ଫୁଟେଜ କୁ ଆଧାର କରିବା ସହ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ର ସହ ତଦନ୍ତ କରି ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଟାନ ନେବାକୁ ଶ୍ରୀ ପାଣିଗ୍ରାହୀ ଦାବୀ କରିଛନ୍ତି l

