ରାଉରକେଲା ୧୫/୩,(ଉତ୍କଳ ସମାଚାର) ମାର୍ଚ୍ଚ ୧୪ ତାରିଖ ଦିନ ରାଉରକେଲାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ପାନପୋଷ ତାଲୁକ ଲିଗାଲ୍ ସର୍ଭିସେସ୍ କମିଟି ପକ୍ଷରୁ ଆୟୋଜିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ବିଚାରାଧୀନ ମାମଲାଗୁଡ଼ିକର ସମାଧାନ କରାଯାଇଥିଲା। ସେହି ମାମଲା ଗୁଡିକ ମଧ୍ୟରେ ଫୌଜଦାରୀ କମ୍ପାଉଣ୍ଡେବଲ୍ ଅପରାଧିକ ମାମଲା ୭୪ଟି ନିଆଯାଇଥିଲା ବେଳେ କୌଣସି ମାମଲାର ସମାଧାନ ହୋଇପାରିନଥିଲା। ସେହିପରି ଏନ୍ଆଇ ଆକ୍ଟ ମାମଲା ୭୮୯ଟି ନିଆଯାଇଥିଲା ବେଳେ ସେଥିମଧ୍ୟରୁ ୨୨ଟି ସମାଧାନ କରାଯାଇ ୧,୪୬,୧୫, ୮୫୫ ଟଙ୍କା ଆଦାୟ କରାଯିବାକୁ ଲୋକ ଅଦାଲତ ପକ୍ଷରୁ ଆଦେଶ ଦିଆଯାଇଥିଲା। ବ୍ୟାଙ୍କ ଋଣ ଆଦାୟ ମାମଲା ୮୦ଟି ଥିଲା ବେଳେ, ସେଥିମଧ୍ୟରୁ ମାତ୍ର ୬ଟି ସମାଧାନ କରାଯାଇ ୯,୨୫,୮୫୩ ଟଙ୍କା ଆଦାୟ କରାଯିବାକୁ ଆଦେଶ ଦିଆଯାଇଛି। ମୋଟର ଦୁର୍ଘଟଣା ଜନିତ ଦାବି ମାମଲା ୧୩୦ଟି ନିଆଯାଇଥିଲା ବେଳେ ସେଥିମଧ୍ୟରୁ ୩୮ଟି ସମାଧାନ କରାଯାଇ ୩,୩୩,୩୫,୦୦୦ ଟଙ୍କା ଆଦାୟ କରାଯିବାକୁ ଲୋକ ଅଦାଲତ ପକ୍ଷରୁ ଆଦେଶ ଦିଆଯାଇଥିଲା। ବୈବାହିକ ବିବାଦର ୨୪୨ଟି ମାମଲାରେ ମାତ୍ର ୨୬ଟି ସମାଧାନ କରାଯାଇ ପାରିଥିଲା। ଅନ୍ୟାନ୍ୟ ଦେୱାନୀ ମାମଲା ୪୦୭ଟି ମାମଲାରେ ମାତ୍ର ୩୬୬ ସମାଧାନ ହୋଇପାରିଥିଲା। ସେହିପରି ପୂର୍ବରୁ ସମାଧାନ ହୋଇନପାରି ପଡିରହିଥିବା କେତକ ମାମଲାକୁ ରାଷ୍ଟ୍ରୀୟ ଲୋକ ଅଦାଲତରେ ସମାଧାନ କରାଯିବାକୁ ନିଆଯାଇଥିଲା। ସେଥିମଧ୍ୟରେ ବ୍ଯାଙ୍କ ଅନାଦେୟ ମାମଲା ୪୬୦୬ଟି ଥିଲାବେଳେ, ମାତ୍ର ୧୬୧ଟି ସମାଧାନ କରାଯାଇ ୨,୫୭,୦୪,୪୧୪.୩୯ ଟଙ୍କା ଆଦାୟ କରାଯିବାକୁ ଲୋକ ଅଦାଲତ ପକ୍ଷରୁ ଆଦେଶ ଦିଆଯାଇଥିଲା। ଅନ୍ଯାନ୍ଯ ବିଏସ୍ଏନ୍ଏଲ୍ ୪୬୫ ମାମଲା ଥିଲାବେଳେ ସେଥିମଧ୍ୟରୁ ମାତ୍ର ୨୯ଟି ସମାଧାନ କରାଯାଇ ୪୩,୫୨୦ ଟଙ୍କା ଆଦାୟ କରାଯିବାକୁ ଲୋକ ଅଦାଲତ ପକ୍ଷରୁ ଆଦେଶ ଦିଆଯାଇଛି। ରାଷ୍ଟ୍ରୀୟ ଲୋକ ଅଦାଲତରେ ସର୍ବମୋଟ ୬୫୪ଟି ମାମଲା ସମାଧାନ କରାଯାଇ ମୋଟ ୭,୬୩,୭୪,୩୬୯.୩୯ ଟଙ୍କା ଆଦାୟ କରାଯିବାକୁ ଲୋକ ଅଦାଲତ ପକ୍ଷରୁ ଆଦେଶ ଦିଆଯାଇଛି। ରାଉରକେଲା ପାନପୋଷ ତାଲୁକ ଲିଗାଲ ସର୍ଭିସେସ୍ ଦ୍ଵାରା ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ନ୍ୟାୟିକ ଅଧିକାରୀଙ୍କ ମଧ୍ୟରେ ଶ୍ରୀମତୀ ଲିଲି ସେନାପତି, ବିଚାରପତି, ପରିବାର କୋର୍ଟ, ରାଉରକେଲା। ସେହିପରି ରାଉରକେଲା ତାଲୁକ ଲିଗାଲ୍ ସର୍ଭିସେସ୍ କମିଟିର ଅଧ୍ୟକ୍ଷ ତଥା ମ ଏଡିଜେ ଏମ୍ ଆର୍ ଶତପଥୀ, ରାଉରକେଲା ୨ୟ ଏଡିଜେ ଶ୍ରୀମତୀ ରଣଜିତା ଜ୍ୟୋତିଶି, ରାଉରକେଲା ସିଭିଲ୍ ଜଜ୍ ଶ୍ରୀମତୀ ମୋନାଲିଶା ପଟ୍ଟନାୟକ, ରାଉରକେଲା ଏସ୍ ଡି ଜେ ଏମ୍ (ପି) ଶ୍ରୀମତୀ ପରଭେନ ମଣ୍ଡଳ, ରାଉରକେଲା ଜେଏମ୍ଏଫସି (ଗ୍ରାମୀଣ) ଅମିତ କୁମାର ବେହେରା, ରାଉରକେଲା ଜେଏମ୍ଏଫସି ଶ୍ରୀମତୀ ଶର୍ମିଷ୍ଟା ପାଢୀ ପ୍ରମୁଖ ରାଷ୍ଟ୍ରୀୟ ଲୋକ ଅଦାଲତର ବିଚାରପତି ଥିଲେ। ଗିରିଶ ଚନ୍ଦ୍ର ମହାପାତ୍ର, ଆଡଭୋକେଟ୍, ଅମୂଲ୍ୟ ମହାପାତ୍ର, ଆଡଭୋକେଟ୍, ନିର୍ମଳ ସ୍ବାଇଁ ଆଡଭୋକେଟ୍, ସୁନୀଲ ବିସି ଆଡଭୋକେଟ୍, ମନୋଜ ପଟ୍ଟନାୟକ ଆଡଭୋକେଟ୍, ସୁରେଶ ଦାସ, ଆଡଭୋକେଟ୍, ପାଣ୍ଡବ ପାତ୍ର ଆଡଭୋକେଟ, ସୁଶାନ୍ତ କୁମାର ବାରିକ୍ ଆଡଭୋକେଟ ପ୍ରମୁଖ ମାମଲାର ଯୁକ୍ତି ଉପସ୍ଥାପନା କରିଥିଲେ। କ ଅଦାଲତର ବେଞ୍ଚ-୧ରେ ବସନ୍ତ କୁମାର ପାତ୍ର ଆଡଭୋକେଟ ଓ ଶ୍ରୀମତୀ ସ୍ନେହାଲତା ପଟ୍ଟନାୟକ, ସାମାଜିକ କର୍ମୀ ଉପସ୍ଥିତ ଥିବା ବେଳେ, ବେଞ୍ଚ-୨ରେ ବୈଷ୍ଣବ ଚରଣ ନାୟକ, ଆଡଭୋକେଟ୍ ଏବଂ ଶ୍ରୀମତୀ ନିନାରାନି ଜେନା, ସାମାଜିକ କର୍ମୀ ଉପସ୍ଥିତ ଥିଲେ।

