କେନ୍ଦୁଝର ୨୬/୩(ଉତ୍କଳ ସମାଚାର):: କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ଦାନ୍ତ ମହାବିଦ୍ୟାଳୟ,କିଟ୍ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର ତରଫରୁ କିଡସ୍ ପ୍ରେକ୍ଷାଳୟରେ ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ କେନ୍ଦୁଝରର ସୁନାମଧନ୍ୟ ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ସଞ୍ଜୀବ କୁମାର ଓତାଙ୍କୁ ତାଙ୍କର ସମାଜସେବା ପାଇଁ କିଟ୍ ର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତଙ୍କ ପରାମର୍ଶ କ୍ରମେ କିଡସ୍ ର ଡାଇରେକ୍ଟର ଡାକ୍ତର ଯୁଗଜ୍ୟୋତି ପାଠି ଓ ପ୍ରିନ୍ସିପାଲ ଡାକ୍ତର ସଙ୍ଗମେସ ଏନ.ସି. ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ।ବରିଷ୍ଠ ଦାନ୍ତ ରୋଗ ବିଶେଷଜ୍ଞ ଡାକ୍ତର ସଞ୍ଜୀବ କୁମାର ଓତା ଅସହାୟ ଶିଶୁ ଏବଂ ଦିବ୍ୟାଙ୍ଗ ଶିଶୁ ମାନଙ୍କୁ ଓଡ଼ିଶା ସାରା ନିଜର ପ୍ରଚେଷ୍ଟା ଫଳରେ ନିୟମିତ ଭାବେ ସେମାନଙ୍କର ସେବା ଓ ସାହାଯ୍ୟ କରି ଆସୁଛନ୍ତି।ଏହିଭଳି ନିଃସ୍ୱାର୍ଥପର ସେବା ମନୋଭାବ ପାଇଁ ଡାକ୍ତର ଓତାଙ୍କୁ ସମ୍ମାନିତ କରାଯାଇଛି।ଏହି ସମ୍ବର୍ଦ୍ଧନା ଉତ୍ସବରେ ଓଡ଼ିଶାର ବିଭିନ୍ନ ଡ଼ାକ୍ତରୀ ମହାବିଦ୍ୟାଳୟରୁ ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।ଏହି ଅବସରରେ ଡାକ୍ତର ଓତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।ଜିଲ୍ଲା ଏନସିସି ଜୁନିଅର କମାନଡ଼ିଂ ଅଫିସର ରୋଟାରିଆନ ବିଜୟ କୁମାର ବେହେରା ମଧ୍ୟ ବ୍ୟକ୍ତିଗତ ଭାବେ ଭେଟି ଶୁଭେଚ୍ଛା ଜ୍ଞାପନ କରିଛନ୍ତି

