ରାଉରକେଲା ୨୭/୩,(ଉତ୍କଳ ସମାଚାର):, ରାମ ନବମୀ ଅବସରରେ ବିର୍ସା ଡାହର ରୋଡ ସ୍ଥିତ ଶ୍ରୀ ମନୋକାମ୍ନା ସିଦ୍ଧି ହନୁମାନ ମନ୍ଦିର ସମ୍ମୁଖରେ ଶ୍ରୀ ହନୁମାନ ଆଖଡ଼ା ସମିତି ପକ୍ଷରୁ ଏକ ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ, ସ୍ଥାନୀୟ ଭଜନ ସମ୍ରାଟ ଲାଲ ଜୀ ଶର୍ମା, ତାରିଣୀ କୁମାର, ସମ୍ବଲପୁରର ଶ୍ରୀ ରାଧା ଏବଂ ଅନ୍ୟାନ୍ୟ ଭଜନ ଗାୟକମାନେ ଶ୍ରୀ ହନୁମାନ, ଶ୍ରୀ ରାମ ଏବଂ ଅନ୍ୟାନ୍ୟ ଦେବ-ଦେବୀଙ୍କ ଭଜନ ଗୋଟିଏ ପରେ ଗୋଟିଏ ଗାନ କରିଥିଲେ। ଭଜନ କାର୍ଯ୍ୟକ୍ରମ ରାତି ୮ଟାରେ ଆରମ୍ଭ ହୋଇଥିଲା। ଏଥିରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସମେତ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ଶ୍ରୀ ହନୁମାନ ଆଖଡ଼ା ସମିତିର ସଭାପତି ଗଗନ ପଣ୍ଡା, ମନୋଜ ଶର୍ମା, ଦୀପକ ଶର୍ମା, ଅଶୋକ ଅଗ୍ରୱାଲ, ରମେଶ ଶାହ, ନରେଶ ଅଗ୍ରୱାଲ, ସରଜୁ ଅଗ୍ରୱାଲ, ରାଜେଶ ତିୱାରୀ, ବିକାଶ ଦା, ଅଜୟ ଦାସ, ଅନିଲ ଶର୍ମା ଏବଂ ଅନ୍ୟାନ୍ୟ କାର୍ଯ୍ୟକାରୀ ସଦସ୍ୟଙ୍କ ସକ୍ରିୟ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା। ଶେଷରେ, ଶ୍ରୀ ହନୁମାନଙ୍କ ଆରତୀ କରାଯିବା ପରେ, ଭକ୍ତମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା। ଏହି ଭଜନ ସଂଧ୍ୟାରେ ମଞ୍ଚ ପରିଚାଳନା କରିଥିଲେ ମଦନ ମୋହନ ଦୀକ୍ଷିତ। ସେହିପରି ସହରର ଅନ୍ୟାନ୍ୟ ଆଖଡ଼ା କମିଟି ଦ୍ୱାରା ସୁନ୍ଦରକାଣ୍ଡ ପାଠ ଏବଂ ରାମାୟଣ ପାଠ ଆୟୋଜନ କରାଯାଇଥିଲା। ସୁନ୍ଦରକାଣ୍ଡ ଏବଂ ରାମାୟଣ ପାଠରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।

